ଇସ୍କନରେ ଜବରଦଖଲ ଉଚ୍ଛେଦ ବେଳେ ପୁଲିସ-ଇସ୍କନ ସମର୍ଥକ ମୁହାଁମୁହିଁ : ପୁଲିସ ଉପରକୁ ପଥରମାଡ, ଇସ୍କନ ସମର୍ଥକଙ୍କୁ ଗୋଡାଇ ଗୋଡାଇ ପିଟିଲେ ପୁଲିସ କର୍ମୀ

49

କନକ ବ୍ୟୁରୋ: ଇସ୍କନ ସାମନାରୁ ଜବରଦଖଲ ଉଚ୍ଛେଦ । ବିଏମସି କର୍ମଚାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । ବିଏମସି କର୍ମଚାରୀଙ୍କ ଉପସ୍ଥିତିରେ ୩ଟି ଜେସିବି ମେସିନ ଇସ୍କନ ସମାଧି ଭାଙ୍ଗୁଛନ୍ତି । ଉତ୍ତେଜନାକୁ ଆଖି ଆଗରେ ରଖି ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ତେବେ ସମାଧି ସ୍ଥଳ ଭାଙ୍ଗିବାକୁ ବିରୋଧ କରିଛନ୍ତି ଇସ୍କନ କତୃପକ୍ଷ । ସମାଧି ସ୍ଥଳକୁ ଭାଙ୍ଗିବାକୁ ଦେଉନାହାନ୍ତି । ବେଆଇନ୍ ଭାବେ ଜାତୀୟ ରାଜପଥ ଓ ସରକାରୀ ଜମି ଜବରଦଖଲ କରିଥିବା ନେଇ ଇସ୍କନ୍ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଭୁବନେଶ୍ୱର ମୁନ୍ସିପାଲ୍ କରର୍ପୋରେସନ୍ । ରାସ୍ତାକୁ ଜବରଦଖଲ କରିଥିବାରୁ ସାତଦିନ ଭିତରେ ଏହାର କାରଣ ଦର୍ଶାଇବାକୁ ନିର୍ଦେଶ ଦେଇଥିଲା ବିଏମସି । ଯାତାୟତ ପାଇଁ ଥିବା ରାସ୍ତାରେ ବେଆଇନ୍ ଭାବେ ଇସକନ୍ କର୍ତୃପକ୍ଷ ଦୋକାନ ନିର୍ମାଣ କରିଥିବାରୁ ବର୍ଷା ଜଳ ନିଷ୍କାସନରେ ଏହା ବାଧକ ସାଜୁଥିବା ବିଏମସି ଅଭିଯୋଗ କରିଥିଲା ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷା ଋତୁର ପ୍ରଥମ ଲଘୁଚାପର ଏକ ଘଣ୍ଟା ବର୍ଷାରେ ବନ୍ୟାଜଳ ନିଷ୍କାସିତ ହୋଇ ନ ପାରିବାରୁ ଇସ୍କନ ମନ୍ଦିର ସମ୍ମଉନରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇତଇଲା। ଏହାକୁ ନେଇ ବିଏମସି, ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟରେ ଟଣାଓଟରା ଲାଗିଥିଲା। ଇସ୍କନମନ୍ଦିରର ସମ୍ମୁଖଭାବରେ କିଛି ଅଂଶରେ ବେଆଇନ ଅସ୍ଥାୟୀ ନିର୍ମାଣ ଯୋଗୁଁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିବା ବିଏମସି ପକ୍ଷରୁ କୁହାଯାଇଥିଲା। ଏପରିକି ଗତ ଦୁଇ ଦିନ ତଳେ ବିଏମସି ଏ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା।

ତେବେ ଆଜି ବିଏମସି , ବିଡିଏର ଏନଫୋର୍ସମେଣ୍ଟ ସ୍କ୍ଵଡ୍‌ ସହିତ ସାଧାରଣ ପ୍ରଶାସନ ଓ ଡ୍ରେନେଜ୍‌ ଡିଭିଜନର ଅଧିକାରୀମାନେ ଉପସ୍ଥିତ ରହି ଏହି ଜବରଦଖଲ ଉଛେଦ କାର୍ଯ୍ୟ କରିଛନ୍ତି।