ବିଧାନସଭା ପରେ ରାଜରାସ୍ତା : ଉଚ୍ଚଶିକ୍ଷାରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଆନ୍ଦୋଳନ କରିବ ଏସସି, ଏସଟି କ୍ରିୟାନୁଷ୍ଠାନ କମିଟି

14

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ବିଧାନସଭା ପରେ ଏବେ ରାଜରାସ୍ତା । ଗୃହ ଭିତରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ରାଜରାସ୍ତାରେ ପହଂଚିବ । ଗତ କିଛିଦିନ ଧରି ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣ ଦାବି କରି ଆନ୍ଦୋଳନ କରୁଛନ୍ତି ବିଧାୟକ । ଏହାର ସମର୍ଥନରେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟି । ସରକାରଙ୍କୁ ପାଖରେ ବାରମ୍ବାର ଦାବି କରିବା ସତ୍ୱେ ଏଥି ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଉନଥିବା ଅଭିଯୋଗ କରିଛି କମିଟି । ଏହା ଦଳିତଙ୍କ ପ୍ରତି ଅପମାନ । ଆଗକୁ ଏହି ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି ।