୫୬ ହଜାର ସ୍କୁଟି ଉପରେ ଯେତେବେଳେ ଲାଗିଲା ୬୩,୫୦୦ ଟଙ୍କାର ଚାଲାଣ ! ପୁରୁଣା ଗାଡି କିଣିଲାବେଳେ ଏ ଦିଗପ୍ରତି ଧ୍ୟାନ ଦିଅନ୍ତୁ ନଚେତ୍ ଆପଣ ମଧ୍ୟ ହୋଇପାରନ୍ତି ହଟ୍ଟହଟ୍ଟା ।

877

କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ମାମଲା ଖୁବ୍ ଚର୍ଚ୍ଚାରେ ଥିଲା । ଯେଉଁଥିରେ ମହିଶୂର ଟ୍ରାଫିକ୍ ପୋଲିସ୍ ଏକ ହୋଣ୍ଡା ଆକ୍ଟିଭା ସ୍କୁଟରକୁ ୬୩,୫୦୦ ଟଙ୍କାର ଜୋରିମାନା ଲଗାଇଥିଲେ । ଏହି ଆକ୍ଟିଭା ଉପରେ ଟ୍ରାଫିକ୍ ନିୟମ ଭାଙ୍ଗିବାକୁ ନେଇ ୬୩୫ ମାମଲା ଲାଗିଥିଲା । ଯେଉଁଥିରେ ମୋଟ ରାଶି ୬୩,୫୦୦ ଟଙ୍କା ଦେବାକୁ ପଡିଥିଲା । ମହିଶୂରରେ ଆକ୍ଟିଭା ୫ଜି ର ଏକ୍ସ-ଶୋରୁମ୍ ପ୍ରାଇଜ୍ ୫୬୨୭୩ ରୁ ଆରମ୍ଭ ହେଉଛି । କିନ୍ତୁ ଜରିମାନା ସ୍କୁଟି ଦରଠାରୁ ଅଧିକ ଲାଗିଥିଲା । ସ୍କୁଟି ମାଲିକକୁ ହେଲମେଟ୍ ନ ପିନ୍ଧିବା ଅଭିଯୋଗରେ ଏହି ଜରିମାନା ଲାଗିଥିଲା ।

ତେବେ ଏହି ମାମଲାରେ ଗାଡିଚାଳକ ଜଣକ ସ୍କୁଟି ଛାଡି ଉକ୍ତ ସ୍ଥାନରୁ ଦୌଡି ପଳାଇଥିଲେ । ତେବେ ଏହି ସ୍କୁଟରଟି ମଧୁପ୍ରସାଦ ନାମରେ ରେଜିଷ୍ଟର ହୋଇଥିଲା । କିନ୍ତୁ ତାଙ୍କ କହିବାନୁସାରେ ସେ ସ୍କୁଟର ବିକ୍ରି କରି ଦେଇଥିଲେ । ଏହି ମାମଲାରେ ସେ ସ୍କୁଟରର ପୁରୁଣା ମାଲିକ ବିନା ‘ଡେଲିଭରି ନୋଟ୍’ ରେ ସ୍କୁଟର ବିକ୍ରି କରିଦେଇଥିଲେ । ଗାଡି ବିକ୍ରି କରିଥିବା ମାଲିକର ଦାୟିତ୍ୱ ହେଉଛି ଯେ ବିକ୍ରି କରିବା ପୂର୍ବରୁ ସେ ସାଇନ୍ କରାଯାଇଥିବା ଡେଲିଭରି ନୋଟ୍ କୁ ନେଇଯାଆନ୍ତୁ । ତେବେ ଏକ୍ସପର୍ଟଙ୍କ କହିବାନୁସାରେ ପୁରୁଣା ଗାଡି କିଣିବା ପୂର୍ବରୁ ଏହି ୪ ଟି କଥାର ଧ୍ୟାନ ରଖନ୍ତୁ :

୧ . ପୁରୁଣା ଗାଡି ବିକ୍ରି କରିବା କିମ୍ବା କିଣିବା ସମୟରେ ଏହାର କାଗଜପତ୍ରକୁ ଭଲଭାବରେ ଚେକ୍ କରିନିଅନ୍ତୁ । ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ସହ ଏହାର ବୀମା ରହିବା ମଧ୍ୟ ଅନିବାର୍ଯ୍ୟ ଅଟେ । ଏହାସହ ଗାଡିର ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ (ଏନଓସି) ମଧ୍ୟ ରହିବା ଉଚିତ୍ । ପାରୁଛନ୍ତି ଯଦି ଏହାର ଏକ ଏଗ୍ରିମେଣ୍ଟ୍ ମଧ୍ୟ କରାଇନିଅନ୍ତୁ ।

୨ . ପୁରୁଣା ଗାଡି ବିକ୍ରି କରିବା ପରେ ଆରଟିଓ ରେ ଯାଇ ଏହାର ମାଲିକର ଡିଟେଲ୍ ପରିବର୍ତ୍ତନ କରନ୍ତୁ । ଯଦି ଏଭଳି ନ କରୁଛନ୍ତି ତେବେ ଗାଡି ପୁରୁଣା ମାଲିକ ନାଁରେ ହିଁ ରହିବ । ଯେଉଁଥିପାଇଁ ଆପଣଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁ୍ଖୀନ ହେବାକୁ ପଡିପାରେ । ମଧୁପ୍ରସାଦ ଏହି ଭୁଲ୍ ଟି କରିଥିଲେ । ଗାଡିର ବୀମା ଏଜେନ୍ସୀରୁ ତାର ପୁରୁଣା ରେକର୍ଡକୁ ମଧ୍ୟ ଚେକ୍ କରାଇନିଅନ୍ତୁ । ଯଦି ଗାଡିର କୌଣସି ଆକ୍ସିଡେଣ୍ଟ୍ କିମ୍ବା ଏହା ଉପରେ କୌଣସି କେସ୍ ଚାଲିଥିଲେ ଗାଡି କିଣନ୍ତୁ ନାହିଁ ।

୩ . ଯଦି ଗାଡିର କିଛି ପାର୍ଟକୁ ଦେଖିଲେ ଅସହଜ ଲାଗୁଛି ତେବେ ଜାଣିନିଅନ୍ତୁ ଗାଡି ସହ ମୋଡିଫାଇଡ୍ କରାଯାଇଛି । ଏହି ଗାଡିକୁ କିଣିବାରୁ ବଂଚନ୍ତୁ । ଯଦି ଏଭଳି ହୁଏ ତେବେ ଆରଟିଓରେ ମଡଲ୍ ଡିଟେଲ୍ ଦିଅନ୍ତୁ । ଯଦି ଏଭଳି କରୁଛନ୍ତି ତେବେ ଏହା ଉପରେ ମୋଟର ହ୍ୱିଲ୍ ଆକ୍ଟର ଧାରା ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

୪ . ପୁରୁଣା ଗାଡିର ବ୍ରେକ୍ , ଅଏଲ୍ ଲିକେଜ୍ ,ଜଙ୍ଗ୍,କ୍ଲଚ୍ ,ଚେନ୍ ,ଟାୟର୍ସ ଏବଂ ଫୁଏଲ୍ ଟ୍ୟାଙ୍କ୍ କୁ ବି ଚେକ୍ କରାଇନିଅନ୍ତୁ ।