ପୁଣେ : ସ୍ମାର୍ଟ ଝିଅର ଚତୁର କାର୍ଯ୍ୟ ! ଚୋର ସହ ବନ୍ଧୁତା କରି ପୁଲିସରେ ଧରାଇଲେ

86

ମହାରାଷ୍ଟ୍ରର ପୁଣେ ସହରର ଅଜୟ ଯାଦବ ଜଣେ ଚାଲାକ୍ ଚୋର ଥିଲା । ସେ ଟେଷ୍ଟ ରାଇଡର ବାହାନାରେ ପରଭେଜ ମାନୟାରଙ୍କର ସ୍କୁଟର ଚୋରେଇ ନେଇଥିଲା । ଏହାକୁ ନେଇ ପରେଭେଜ୍ ଖୁବ୍ ଚିନ୍ତିତ ହୋଇପଡିଥିଲେ । କିନ୍ତୁ ତାଙ୍କର ସ୍ମାର୍ଟ ଝିଅ ନିଜର ବୁଦ୍ଧି ଖଟାଇଥିଲେ । ଆଉ ବାପାଙ୍କର ସମସ୍ୟା ଦୂର କରିବାରେ ଲାଗିଗଲେ । ସୋସିଆଲ୍ ନେଟୱକିଂ ସାଇଟର ସାହାଯ୍ୟରେ ନିଜ ବାପାଙ୍କର ସମସ୍ୟା ଦୂର କରିଥିଲେ । ଏବଂ ଚୋର ଅଜୟ ଯାଦବକୁ ଗିରଫ କରାଇଥିଲା । ମାନୟାରଙ୍କୁ ନିଜର ସ୍କୁଟର ଏବେ ମିଳିଯାଇଛି ।

କୁହାଯାଉଛି କି , ଡିସେମ୍ବର ୧୬ରେ ଅଜୟ ଯାଦବ ଓରଫ୍ ରାହୁଲ୍ ପ୍ରଜାପତି ସ୍କୁଟର ଚୋରେଇ ଫେରାର୍ ହୋଇଯାଇଥିଲା । କିଛି ଦିନ ପରେ ସୋସିଆଲ୍ ମିଡିଆ ସାଇଟରେ ସେ ଜଣେ ଯୁବତୀର ଫ୍ରେଣ୍ଡ ରିକ୍ୟୁଷ୍ଟ୍ ସ୍ୱୀକାର କରିଥିଲେ । ତାକୁ ଏହା ଜଣାନଥିଲା କି କଲେଜର ସେହି ଯୁବତୀ ଆଉ କିଏ ନଥିଲା , ମାନୟାରଙ୍କର ଝିଅ ହିଁ ଥିଲା ।

କ୍ରମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିଲା । ଚାଟିଂ ସମୟରେ ମାନୟାରଙ୍କର ଝିଅ ଯାଦବକୁ କହିଲେ କି ସେ ଏକ ସ୍କୁଟର କିଣିବାକୁ ଚାହୁଁଛନ୍ତି । ଯାଦବ ତାଙ୍କୁ ନିଜର ସ୍କୁଟର ବିକ୍ରି କରିବାକୁ ଅଫର୍ ଦେଲା । ଦୁହେଁ ସୋମବାର ଦିନ ସମ୍ଭାଜୀ ଗାର୍ଡେନରେ ଭେଟିବାକୁ କଥା ହେଲେ । ସୋମବାରକୁ ଯାଦବ ଯେତେବେଳେ ସେଠାରେ ପହଁଚିଲା ତ ମାନୟାର ଓ ତାଙ୍କର ପୁଅ ତାକୁ ଧରିପକାଇଲେ । ଏବଂ ଖଡକି ପୁଲିସ୍ ସେହି ଚୋରକୁ ଗିରଫ କରିଥିଲେ ।

ଯାଦବ ମୂଳତଃ ମଧ୍ୟ ପ୍ରଦେଶର ବାସିନ୍ଦା । ଏବଂ ପୁଣେରେ ରହୁଥିଲେ । ବୋପୋଦିରେ ରହୁଥିବା ମାନୟାର ଅନଲାଇନ୍ ବିଜ୍ଞାପନରେ ସ୍କୁଟରକୁ ୩୨ ହଜାର ଟଙ୍କାରେ ବିକ୍ରିକରିବାକୁ କହିଥିଲେ । ପୁଲିସ୍ କହିଥିଲେ , ଯାଦବ ଏକ ପ୍ରାଇଭେଟ କଂପାନୀରେ କାମ କରେ । ପୁଲିସ୍ ତା ପାଖରୁ ଏକ ଚୋରି ମୋବାଇଲ ଫୋନ ବି ପାଇଛି ।

(ସୌଜନ୍ୟ- ନବଭାରତ ଟାଇମ୍ସ)