ଅଜବ ସ୍କୁଟରର ଗଜବ କାରନାମା । ରାସ୍ତାରେ ଗଡୁଛି ପାଣିରେ ଚାଲୁଛି । ଜାଣନ୍ତୁ ନୂଆ ସ୍କୁଟରର ବିଶେଷତ୍ୱ 

64

ପାଣି ଉପରେ ସ୍କୁଟର ଚାଲୁଥିବା ଆପଣ କେବେ ଶୁଣିଛନ୍ତି? ନାଁ । ରାସ୍ତା ଉପରେ ଚାଲୁଥିବା  ଭଳି, ପାଣି ଉପରେ ଚାଲିପାରୁଥିବା ସ୍କୁଟରେ ବିଷୟରେ କହିବୁ । ପାଣି ଉପରେ ଅତି  ସହଜରେ ଚାଲଲୁଥିବା ଏହି ସ୍ୱତନ୍ତ୍ର ସ୍କୁଟରକୁ ତଇଆରି କରିଛି ଗିବ୍ସ କମ୍ପାନୀା ଏଥିରେ କେବଳ ଜଣେ ବସିପାରିବ । ମାନେ ପାଣି ଉପରେ ଗାଡି ଚଲାଇବାର ମଜା ଆପଣ ଏକା ନେଇପାରିବେ ।   ଆଉ ଏହାର ସ୍ପିଡ ମଧ୍ୟ କୌଣସି ଦାମୀ ଗାଡିର ସ୍ପିଡ ଠାରୁ କମ ନୁହେଁ ।

ଏହାର ସ୍ପିଡ ଘଂଟା ପ୍ରତି ୧୪୦ କିଲୋମିଟର । ଏହି ଦାମୀ ସ୍କୁଟର ରାସ୍ତା ଉପରେ ମଧ୍ୟ ଚାଲିପାରିବ । ପାଣି ଉପରେ ଏହା ଘଂଟା ପ୍ରତି ୬୦ କିଲୋମିଟର ବେଗରେ ଚାଲିପାରିବ । ପାଣିରୁ ରାସ୍ତା କିମ୍ବା ରାସ୍ତାରୁ ପାଣି ଉପରେ ଚାଲିବା ପାଇଁ  ମାତ୍ର ୫ ସେକେଣ୍ଡ ଲାଗିବ ।  ପାଣିରେ ଚଲାଇବା ପରେ ଯଦି ଆପଣ  ରାସ୍ତାରେ ଚଲାଇବା ପାଇଁ ଚାହୁଁଛନ୍ତି  ତେବେ ମୋଡ ପରିବର୍ତନ କରିବା ପାଇଁ  ମାତ୍ର ୩ ସେକେଣ୍ଡ ଲାଗିବ ।

ଏହାର ଲମ୍ବା ୨୩୫୦ ମିଲିମିଟର ରହିଛି ଓ ଓସାର ୯୫୦ ମିଲିମିଟର । ଏହାର ବ୍ୱିଲ୧୯୮୦ମିଲିମିଟର ।ଏହାର ଓଜନ ୩୪୮ କେଜି ହୋଇଥିବା ବେଳେ ଦୁଇ ସିଲିଣ୍ଡର ବିଶିଷ୍ଟ ପେଟ୍ରୋଲ ଇଂଜିନ ରହିଛି । ଏହା ୫୫ବି ହର୍ଷ ପାୱାର ବିଶିଷ୍ଟ । ଗିବ୍ସ କମ୍ପାନୀ ସ୍କୁଟରର ଆଗ ଓ ପଛରେ ଡିସ୍କ ବ୍ରେକ ଲଗାଇଛି । ତା ସହ ଏହା ଉଭୟ ପାଣି ଓ  ସଡକ ଉପରେ ଆରାମ ପ୍ରଦାନ କରିବ ବୋଲି  କମ୍ପାନୀ  ପକ୍ଷରୁ କୁହାଯାଇଛି ।

ସୌଜନ୍ୟ : ଜନସତା