ଶପଥ ଗ୍ରହଣ ଉତ୍ସବରେ ପୁରୁଣା ମତଭେଦ ଭୁଲି ଯେତେବେଳେ ବସୁନ୍ଧରା ପୁତୁରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କୁଣ୍ଢାଇଲେ…ଦେଖନ୍ତୁ ଭାଇରାଲ ଫଟୋ

ରାଜେ ନୂଆ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଡେପୁଟି ସିଏମ୍ ସଚିନ ପାଇଲଟଙ୍କୁ ବି ଶୁଭେଚ୍ଛା ଜଣାଇଲେ ।

556

ରାଜସ୍ଥାନରେ ସୋମବାର ଦିନ ଅଶୋକ ଗେହଲଟଙ୍କ ଶପଥ ଗ୍ରହଣ ସମାରୋହରେ ଏକ ସୁନ୍ଦର ମୁହୂର୍ତ୍ତ ଦେଖିବାକୁ ମିଳିଛି । ଯେତେବେଳେ ସମସ୍ତ ମତଭେଦ ଭୁଲି ବସୁନ୍ଧରା ରାଜେତ ନିଜ ଭଣଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କୁଣ୍ଢାଇ ପକାଇଲେ । ବସୁନ୍ଧରା ରାଜେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବ ରାଓ ସିନ୍ଧିଆଙ୍କ ଭଉଣୀ । ମାଧବ ରାଓ ସିନ୍ଧିଆଙ୍କ ବର୍ଷ ୨୦୦୧ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଏହି କୁଣ୍ଢେମୋଟ ଫଟୋ ବହୁତ ଭାଇରାଲ ହେଉଛି । ଫଟୋରେ ଦେଖିବାକୁ ମିଳିଛି ବସୁନ୍ଧରା ଜ୍ୟୋତିରାଦିତ୍ୟଙ୍କୁ କୁଣ୍ଢେଇକି ଧରିଛନ୍ତି ଓ ସ୍ନେହରେ ତାଙ୍କ ଆଖି ବନ୍ଦ ଅଛି ।

ପିଉସୀ ବସୁନ୍ଧରା କମଳା ରଙ୍ଗର ଶାଢ଼ୀ ପିନ୍ଧିଥିଲେ, ଯେବେକି ପୁତୁରା ଜ୍ୟୋତିରାଦିତ୍ୟ ଧଳା ରଙ୍ଗର କୁର୍ତ୍ତା ଓ ନେଭି ବ୍ଲୁ ରଙ୍ଗର ଜ୍ୟାକେଟ୍ ପିନ୍ଧି ରଖିଥିଲେ । ରାଜେ ନୂଆ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଡେପୁଟି ସିଏମ୍ ସଚିନ ପାଇଲଟଙ୍କୁ ବି ଶୁଭେଚ୍ଛା ଜଣାଇଲେ । ଭିନ୍ନ ଭିନ୍ନ ଦଳ ସହିତ ସମ୍ବନ୍ଧ ରଖିବାରୁ ମଧ୍ୟ ପ୍ରଦେଶର ଗ୍ୱାଲିୟରର ରାଜ ପରିବାରରେ ମତଭେଦ ସୃଷ୍ଟି ହୋଇଯାଇଥିଲା । ରାଜ ପରିବାରର କୁଳମାତା ଓ ବସୁନ୍ଧରା ରାଜେଙ୍କ ମାଁ ବିଜୟରାଜେ ସିନ୍ଧିଆ ବିଜେପିର ସଂସ୍ଥାପକ ନେତାଙ୍କ ମଧ୍ୟରୁ ଜଣେ ଥିଲେ । ବସୁନ୍ଧରା ରାଜେଙ୍କ ପୁଅ ବି ବିଜେପି ସାଂସଦ । ପୂର୍ବତନ ମନ୍ତ୍ରୀ ମାଧବରାଓ ସିନ୍ଧିଆ ବରିଷ୍ଠ କଂଗ୍ରେସ ନେତା ଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖ ଲୋକ କୁହାଯାଏ ।