ବୈଜ୍ଞାନିକଙ୍କୁ ମିଳିଲା ଗଙ୍ଗା ଜଳର ରହସ୍ୟ : ଗଙ୍ଗା ଜଳକୁ କାହିଁକି ଅମୃତ କୁହାଯାଏ?

85

ଗଙ୍ଗା ଜଳର ବିଶେଷତ୍ୱ ବର୍ଷ ବର୍ଷ ଧରି ବୈଜ୍ଞାନିକଙ୍କୁ ବିସ୍କୟକର ପରିସ୍ଥତିରେ ପକାଇଛି । କିନ୍ତୁ ନିକଟରେ ବୈଜ୍ଞାନିକମାନେ ଗଙ୍ଗା ଜଳର ରହସ୍ୟ ଖୋଲିଛନ୍ତିି ଏବଂ ଦୁନିଆକୁ ଜଣାଇଛନ୍ତି ଯେ ଗଙ୍ଗା ଜଳକୁ କାହିଁକି ଅମୃତ କୁହାଯାଏ ।

ବୈଜ୍ଞାନିକଙ୍କ ଅନୁସାରେ, ଲୋକମାନେ ଗଙ୍ଗାକୁ ଅଳିଆ କରିବାରେ କୈାଣସି ସୁଯୋଗ ଛାଡନ୍ତିନି । ଏଥିରେ ଶବ ଫୋପାଡି ଦିଅନ୍ତି, ଅଳିଆ ଆବର୍ଜନା ପକାନ୍ତି ଏବଂ ନାଳର ପାଣି ବି ଏଥିରେ ଛାଡି ଦିଅନ୍ତି । ତଥାପି ବି ଗଙ୍ଗାର ପାଣି ବିଲକୁଲ ଶୁଦ୍ଧ ଏବଂ ସବୁବେଳେ ସତେଜ ରହେ । ଗଙ୍ଗା ନଦୀର ପାଣି କେବେ ବି ଖରାପ ନ ହେବାର କାରଣ ହେଉଛି ‘ଭୂତାଣୁ’ । ଆଜ୍ଞା ହଁ ଗଙ୍ଗା ଜଳରେ ଏମିତି ଭୂତାଣୁ ପାଇବାକୁ ମିଳେ, ଯାହା ଏଥିରେ ବିଘଟନ ହେବାକୁ ଦିଏନି । ଏହି ତର୍କକୁ ପ୍ରମାଣ କରିବା ପାଇଁ ଆପଣଙ୍କୁ ପାଖାପାଖି ୧୦୦ ବର୍ଷ ପଛକୁ ଯିବାକୁ ପଡିବ ।

୧୮୯୦ ଦଶକରେ ପ୍ରସିଦ୍ଧ ବ୍ରିଟିଶ ବୈଜ୍ଞାନିକ ଅର୍ନେଷ୍ଟ ହ୍ୟାକିଙ୍ଗ ଗଙ୍ଗାର ପାଣିକୁ ରିସର୍ଚ୍ଚ କରୁଥିଲେ । ସେହି ସମୟରେ ହଇଜା ବ୍ୟାପ୍ତ ହୋଇଥିଲା । ଲୋକମାନେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବକୁ ଆଣି ଗଙ୍ଗା ନଦୀରେ ଫୋପାଡି ଦେଉଥିଲେ । ହ୍ୟାକିଙ୍ଗଙ୍କୁ ଡର ଥିଲା ଯେ ଗଙ୍ଗା ନଦୀରେ ଗାଧୋଉଥିବା ଲୋକ ମଧ୍ୟ ହଇଜାର ଶିକାର ହୋଇଯିବେ, କିନ୍ତୁ ଏମିତି ହେଉନଥିଲା । ଗଙ୍ଗା ଜଳର ଚମତ୍କାର ପ୍ରଭାବ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ହ୍ୟାକିଙ୍ଗଙ୍କ ଏହି ଗବେଷଣାକୁ ୨୦ ବର୍ଷ ପରେ ଜଣେ ଫ୍ରେଂଚ ବୈଜ୍ଞାନିକ ଆଗକୁ ବଢ଼ାଇଲେ । ଏହା ପରେ ଜଣା ପଡିଲା ଯେ, ଗଙ୍ଗା ଜଳରେ ମିଳୁଥିବା ଭୂତାଣୁ କଲେରା ବ୍ୟାପକ କରୁଥିବା ବ୍ୟାକ୍ଟେରିଆରେ ପଶି ତାକୁ ନଷ୍ଟ କରି ଦେଉଥିଲେ । ଏହି ଭୂତାଣୁ ଗୁଡିକ ଗଙ୍ଗା ଜଳର ଶୁଦ୍ଧତା ବଜାୟ ରଖିବାରେ ଦାୟୀ ଥିଲେ । ଆଜିକାଲିର ଗବେଷକ ଏହାକୁ ନିଂଜା ଭାଇରସ୍ କୁହନ୍ତି । ଅର୍ଥାତ ସେହି ଭାଇରସ୍ ଯାହା ବ୍ୟାକ୍ଟେରିଆଙ୍କୁ ମାରେ ।