କ୍ୟାନସର ରୋଗୀଙ୍କ ପାଇଁ ବଡ ଖବର ! ଇସ୍ରାଏଲ ବୈଜ୍ଞାନିକଙ୍କ ଦାବି, ଗୋଟିଏ ବର୍ଷ ମଧ୍ୟରେ ମାରାତ୍ମକ କ୍ୟାନସର ରୋଗକୁ ନିପାତ କରିବାକୁ ବାହାରିବ ଚିକିତ୍ସା

348

କ୍ୟାସନର ରୋଗୀଙ୍କ ପାଇଁ ବଡ ଖବର । କ୍ୟାନସରକୁ ଭଲ କରିବା ପାଇଁ ସେମିତି କୌଣସି ଔଷଧ ବାହାରି ନଥିବା ବେଳେ ଏବେ ଏହି ରୋଗରେ ପୀଡିତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଆଉ ଏସବୁ ଭିତରେ ଇସ୍ରାଏଲ ଫାର୍ମା କମ୍ପାନି ଦାବି କରିଛି, ଆଗାମୀ ଏକ ବର୍ଷ ମଧ୍ୟରେ କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା କରିବା ସହ ଏହାକୁ ମୂଳରୁ ନିପାତ କରିବା ପାଇଁ ଔଷଧ ମହଜୁଦ ଥିବ ।

ଏକ୍ସିଲରେଟେଡ ଇଭାଲ୍ୟୁଏସନ ବାୟୋଟେକ୍ନୋଲୋଜିସ ନାମକ ଏକ କମ୍ପାନି କ୍ୟାନସରର ଚିକିତ୍ସା ପାଇଁ ଔଷଧ ଖୋଜି ବାହାର କରିଛି ବୋଲି ଦାବି କରିଛି । ଏହି କମ୍ପାନିର ଚେୟାରମ୍ୟାନ ଡେନ ଏରିଡୋରଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ଚିକିତ୍ସା ମାଧ୍ୟମରେ କ୍ୟାନସର ରୋଗକୁ ଭଲ କରାଯାଇପାରିବ । ଏହାଛଡା ଏହି ଚିକିତ୍ସାର ପ୍ରଭାବ ପ୍ରଥମ ଦିନରୁ ପଡିବ ଓ କିଛି ସପ୍ତାହ ପର୍ଯ୍ୟନ୍ତ ଏଭଳି ଚାଲିବ । ଏହାର କୌଣସି ସାଇଡ ଇଫେକ୍ଟ ପଡିବ ନାହିଁ ଓ ଅନ୍ୟ କ୍ୟାନସର ଚିକିତ୍ସା ଠାରୁ ମଧ୍ୟ ବେଶ ଶସ୍ତାରେ ଏହା ରୋଗୀଙ୍କୁ ଯୋଗାଇ ଦିଆଯିବ ।

କମ୍ପାନି ଏହି ଚିକିତ୍ସାର ନାଁ MuTaTo ରଖିଛି । ଯାହାର ଅର୍ଥ ମଲ୍ଟି ଟାର୍ଗେଟ ଟକ୍ସିନ । କମ୍ପାନିର ସିଇଓ ଇଲାନ ମୋରାଡଙ୍କ କହିବା ଅନୁଯାୟୀ, ଏହି କ୍ୟାନସର ଚିକିତ୍ସା ପ୍ରଥମେ ମୂଷାଙ୍କ ଶରୀରରେ ପରୀକ୍ଷାମୂଳକ ଭାବେ କରାଯାଇଛି । ଏହି ଚିକିତ୍ସା ମୂଷାଙ୍କର ଅନ୍ୟ କୌଣସି କୋଷିକାକୁ କ୍ଷତି ପହଞ୍ଚାଇନାହିଁ । କମ୍ପାନି ପକ୍ଷରୁ ଇନ-ଭିଟ୍ରୋ ଟ୍ରାଏଲ ପୂରଣ କରାଯାଇଛି । ଖୁବଶୀଘ୍ର ଏହାର କ୍ଲୋନିକଲ ଟ୍ରାଏଲ ମଧ୍ୟ ଆରମ୍ଭ କରାଯିବ । ଏହାଛଡା କିଛି ବର୍ଷ ମଧ୍ୟରେ ଏହାର ପରୀକ୍ଷଣ ପୂରା ହୋଇଯିବ ତେବେ କିଛି କ୍ୟାନସର ମାମଲା ପାଇଁ କମ୍ପାନି ଖୁବଶୀଘ୍ର ଔଷଧ ଯୋଗାଇଦେବ ବୋଲି କହିଛନ୍ତି ମୋରାଡ ।

ତେବେ ଇସ୍ରାଏଲ କମ୍ପାନିର ଏଭଳି ଅନେକ ଦାବି କରିଛି କିନ୍ତୁ କେଉଁଭଳି ରିସର୍ଚ୍ଚ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଫଳରେ ଏହି ଦାବିର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବିଶ୍ୱରେ କ୍ୟାନସର ରୋଗରେ ଦ୍ୱିତୀୟ ସର୍ବାଧିକ ଲୋକ ମୃତ୍ୟୁବରଣ କରିଥାନ୍ତି ତେଣୁ କ୍ୟାନସର ରୋଗର ସଫଳ ଚିକିତ୍ସା ପାଇଁ ଦୀର୍ଘଦିନ ଧରି ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି । ଆଉ ଏଭଳି ସମୟରେ ବିଶ୍ୱବାସୀଙ୍କୁ କ୍ୟାନସର ରୋଗ ସହ ମୁକାବିଲା କରିବା ପାଇଁ ଆଶା ଦେଖାଇଛି ଇସ୍ରାଏଲ ଫାର୍ମ ।

Story Courtesy :AajTak