ଆଗାମୀ ଭବିଷ୍ୟତରେ ଭାରତରେ ହୋଇପାରେ ଭୟଙ୍କର ଭୂମିକମ୍ପ : ଆକଳନ କଲେ ବୈଜ୍ଞାନିକ

55

ଭାରତକୁ ଭୂମିକମ୍ପ ଭୟ । ଆଗାମୀ ଭବିଷ୍ୟତରେ ଭାରତରେ ଭୂମିକମ୍ପ ଯୋଗୁଁ ଧନଜୀବନ ବିପଦରେ ପଡ଼ିବ ବୋଲି ବୈଜ୍ଞାନିିକମାନେ ଆଶଙ୍କା ବ୍ୟକ୍ତି କରିଛନ୍ତି । ଅଧ୍ୟୟନ ଅନୁସାରେ ଭବିଷ୍ୟତରେ ଭାରତରେ ହେବାକୁ ଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮ଟୁ ମଧ୍ୟ ଅଧିକ ହୋଇପାରେ । ଯଦ୍ୱାରା ଭାରତରେ ଭୀଷଣ କ୍ଷୟତି ହେବ । ଡେରାଡୁନ୍ ସ୍ଥିତ ୱାଡ଼ିଆ ଇନଷ୍ଟିଟ୍ୟୁଟ୍ ଅଫ୍ ହିମାଲୟାନ୍ ଜିଓଲୋଜି, ନ୍ୟାସନାଲ ଜିଓଗ୍ରାଫିକ୍ ଇନଷ୍ଟିଟ୍ୟୁଟ୍ ହାଇଦ୍ରାବାଦ୍, ନ୍ୟାସନାଲ ସେଂଟର ଅର୍ଥ ଅସ୍ମିକ ଷ୍ଟଡ଼ିଜ କେରଳ, ଓ ଆଇଆଇଟି ଖଡ଼ଗନପୁର ମିଳିତଭାବେ ଏହି ଅନୁମାନ ଲଗାଇଛନ୍ତି । ୱାଡ଼ିଆ ସଂସ୍ଥାନର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଏହି ଅଧ୍ୟୟନକୁ ପୁରା କରିବା ପାଇଁ ସେମାନେ ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ୪୨୩ ଭୂମିକମ୍ପ ଉପରେ ଅଧ୍ୟୟନ କରିଥିଲେ । ଆଗାମୀ ଭବିଷ୍ୟତରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଭାରତ ଅନେକ କ୍ଷତି ସହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ୧୯୦୫ରେ କାଙ୍ଗନାରେ ହୋଇଥିବା ଭୂମିକମ୍ପର ତୀବ୍ରତା ଥିଲା ୭.୮ । ଯେଉଁଥିଲେ ଅନେକ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ଓ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ଏହାପରେ ୨୦୧୫ରେ ନେପାଳରେ ୭.୮ ବେଗରେ ଭୂମିକମ୍ପରେ ଅନେକ ଲୋକ ମୃତାହତ ହୋଇଥିଲେ । ସେଠାରେ ଭୂମିକମ୍ପ ଏତେ କ୍ଷୟକ୍ଷତି ଆଣିଥିବା ଯାହା ମନେକଲେ ଲୋକେ ଏବେ ବି ଭୟଭୀତ ହୋଇପଡ଼ନ୍ତି  ।

ସୂଚନାଯୋଗ୍ୟ ରାଜଧାନୀ ଦିଲ୍ଲୀ ତଥା ୯ ଟି ରାଜ୍ୟର ରାଜଧାନୀ ସହିତ ଭାରତର ୨୯ ଟି ସହର ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥା ଏନସିଏସ୍ ଅନୁସାରେ ଏହି ସବୁ ସହର ଗୁଡ଼ିକ ଭୂମିକମ୍ପ ପାଇଁ ଗମ୍ଭୀର ଓ ଅତି ଗମ୍ଭୀର ଜୋନ ଅନ୍ତର୍ଗତ । ଏଥିରୁ ପ୍ରାୟତଃ ସ୍ଥାନ ହିମାଳୟ କ୍ଷେତ୍ରରେ ଆସେ । ଦିଲ୍ଲୀ, ପାଟଣା(ବିହାର), ଶ୍ରୀନଗର(ଜାମ୍ମୁକଶ୍ମୀର), କୋହିମା(ନାଗାଲାଣ୍ଡ), ପୁଡ଼ୁଚେରୀ, ଗୁଆହାଟୀ (ଆସାମ),ଗ୍ୟାଙ୍ଗଟକ(ସିକିମ), ଶିମଲା(ହିମାଚଳ ପ୍ରଦେଶ), ଡେରାଡ଼ୁନ(ଉତ୍ତରାଖଣ୍ଡ), ଇମ୍ପାଲ(ମଣିପୁର) ଓ ଚଣ୍ଡୀଗଡ଼ ଆଦି ସହର ଭୂମିକମ୍ପ ଜୋନ ୪ ଓ ୫ ଅନ୍ତର୍ଗତ ଆସନ୍ତି ।