ବୈଜ୍ଞାନିକଙ୍କ ପ୍ରୟାସ ହେଲା ସଫଳ : ଏବେ ପ୍ଲାଷ୍ଟିକ ଆବର୍ଜନାରୁ ମିଳିବ ମୁକ୍ତି, ଏହି ଏଂଜାଇମ ହେବ ସହାୟକ

54

ପ୍ଲାଷ୍ଟିକ ଆବର୍ଜନା ସମଗ୍ର ଦୁନିଆରେ ଦ୍ରୁତଗତିରେ ବ୍ୟାପୁଛି । ପ୍ରତ୍ୟେକ ଦେଶ ଏହି ସମସ୍ୟାରୁ ଚିନ୍ତିତ । ପ୍ଲାଷ୍ଟିକ ଆବର୍ଜନାରୁ ତ ଅଳିଆ ବ୍ୟାପେ, ତା’ସହିତ ଏହାର କୁପ୍ରଭାବ ପରିବେଶ ଉପରେ ବି ପଡେ । ବୈଜ୍ଞାନିକ ଏହି ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି ପାଇବା ପାଇଁ ଲଗାତାର ପ୍ରୟାସ କରୁଛନ୍ତି । ଏହି କ୍ରମରେ ବ୍ରିଟିଶ ଗବେଷକ ଏକ ଏଂଜାଇମ ବିକସିତ କରିଛନ୍ତି , ଯାହାକି ପ୍ଲାଷ୍ଟିକର ରାସାୟନିକ ସଂରଚନାକୁ ଭାଙ୍ଗି ତାହାକୁ ମୂଳ ରୂପକୁ ପରିବର୍ତ୍ତନ କରିଦିଏ ।

ବ୍ରିଟିଶ ଗବେଷକ ‘ପେଟେଜ’ ନାମକ ଏହି ଏଂଜାଇମକୁ ବିକସିତ କରିଛନ୍ତି । ଗବେଶକମାନେ ଜାପାନର ରିସାଇକ୍ଲିଙ୍ଗ ସେଣ୍ଟରରେ ପ୍ଲାଷ୍ଟିକକୁ ଖାଉଥିବା ପ୍ରାକୃତିକ ବ୍ୟାକ୍ଟେରିଆ ଉପରେ କରାଯାଉଥିବା ଏକ୍ସରେ ଡିଫେକ୍ସନ ପ୍ରକ୍ରିୟା ସମୟରେ ଏହି ବ୍ୟାକ୍ଟେରିଆକୁ ଆକସ୍ମିକ ଭାବେ ବିକସିତ କରିଛନ୍ତି ।

ଗବେଷଣା ସମୟରେ ପ୍ରାକୃତିକ ବ୍ୟାକ୍ଟେରିଆ ଶକ୍ତିଶାଳୀ ଏଂଜାଇମରେ ପରିବର୍ତ୍ତିତ ହୋଇଗଲା । ‘ପେଟେଜ’ ସାମନ୍ୟ ରୂପରେ ବ୍ୟବହାର ହେଉଥିବା ‘ପଲିଇଥାଇଲିନ ଟେରେଫେଥୈଲେଟ(ପିଇଟି)’ ନାମକ ପ୍ଲାଷ୍ଟିକ । ଏହା ରାସାୟନିକ ପ୍ରସ୍ତୁତିକୁ ଭାଙ୍ଗିବାରେ ଏବଂ ତାହାକୁ ମୂଳ ରୂପକୁ ପରିବର୍ତ୍ତିତ କରିବାରେ ସକ୍ଷମ ହୁଏ । ପୋଇଟିକୁ ପାଣି ଓ ଥଣ୍ଡା ପାନୀୟ ବୋତଲ ନିର୍ମାଣରେ ବ୍ୟବହାର କରାଯାଏ । ପୂର୍ବରୁ ପ୍ଲାଷ୍ଟିକକୁ ରିସାଇକ୍ଲିଙ୍ଗ କଲେ ସେ ତାର ଗୁଣବତ୍ତା ହରାଇ ଦେଉଥିଲା । କିନ୍ତୁ ନୂଆ ଏଂଜାଇମ ପେଟେଜରୁ ପ୍ଲାଷ୍ଟିକ ବୋତଲ ଗୁଡିକୁ ରିସାଇକ୍ଲିଙ୍ଗ କଲେ ତାର ଗୁଣବତ୍ତା ବଜାୟ ରହିବ ।

ଦ୍ରୁତଗତିରେ ବଢୁଛି ପ୍ଲାଷ୍ଟିକ ଆବର୍ଜନା :

• ଭାରତ ୫୬ ଲକ୍ଷ ଟନ ପ୍ଲାଷ୍ଟିକ ଆବର୍ଜନା ପ୍ରତି ବର୍ଷ ଉତ୍ପାଦନ କରେ ।

• ୧୦ ଲକ୍ଷ ପ୍ଲାଷ୍ଟିକ ବୋତଲ ପ୍ରତି ମିନିଟରେ ଦୁନିଆସାରା ବିକ୍ରି ହୁଏ ।

• ପ୍ରତି ବର୍ଷ ବ୍ର୍ରିଟେନରେ ପ୍ଲାଷ୍ଟିକର ୩୦ ଅରବ ବୋତଲର ବ୍ୟବହାର ହୁଏ । କେବଳ ୫୭ ପ୍ରତିଶତ ରିସାଇକ୍ଲିଙ୍ଗ ହୁଏ ।

• ଭାରତ, ଚୀନ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଭିଏତନାମ ଓ ଶ୍ରୀଲଙ୍କା ସମୁଦ୍ରକୁ ଅଳିଆ ଫିଙ୍ଗିବାରେ ପ୍ରଥମ ।

• ୨୦୫୦ ପର୍ଯ୍ୟନ୍ତ ସମୁଦ୍ରରେ ମାଛରୁ ବି ଅଧିକ ପ୍ଲାଷ୍ଟିକ ଆବର୍ଜନା ରହିବାର ଆଶଙ୍କା ।