ଗାଁର ଉନ୍ନତି ପାଇଁ ୩୭ ଲକ୍ଷ୍ୟ ପ୍ୟାକେଜର ଚାକିରି ଛାଡ଼ିଲେ ଛତିଶଗଡ଼ ଯୁବକ ! ୩୦୦କୃଷକଙ୍କୁ ନେଇ ଗଢ଼ିଲେ ନିଜର କମ୍ପାନି
ଗାଁର ସାମଗ୍ରିକ ବିକାଶରେ ଦେଶର ବିକାଶ ସମ୍ଭବ । ତେବେ ଗାଁର ତଥା ନିଜ ମାଟି ମା’ର ବିକାଶ ପ୍ରତି କେତେଜଣ ବା ସଚେତନ । ଆଜିକାଲି ମେଧାବି ଛାତ୍ରଛାତ୍ରୀ ପାଠ ପଢ଼ାପରେ ବଡ଼ ଚାକିରି ଆଶାରେ ବିଦେଶ ପଳାଇଯାଉଛନ୍ତି । ସେଠାରେ ଅଧିକ ପ୍ୟାକେଜରେ କାମ କରୁଛନ୍ତି । ହେଲେ ଏପରି ହେଲେ ସେମାନଙ୍କ ଘର ପରିବାରର ଆର୍ଥିକ ସ୍ଥିତି ସିନା ସୁଧୁରି ଯାଉଛି, ଗାଁର ଅବସ୍ଥାରେ କିଛି ପରିବର୍ତ୍ତନ ହେଉନି । ହେଲେ ସମସ୍ତ ସମାନ ନୁହଁନ୍ତି । କିଛି ଏପରି ଯୁବକ ଅଛନ୍ତି, ଯେଉଁମାନେ ଆଜି ବି ନିଜ ଗାଁ କଥା ଚିନ୍ତା କରୁଛନ୍ତି । ଆଉ ବିଦେଶର ଉଚ୍ଚପଦପଦବୀର ଚାକିଛି ଛାଡ଼ି ଗାଁର ବିକାଶ ଦିଗରେ କାମ କରୁଛନ୍ତି । ଏପରି ଜଣେ ଯୁବକ ହେଲେ ସମର୍ଥ ଜୈନ୍ ନୈନୋ ।
Kanak News is now on WhatsApp
Join and get latest news updates delivered to you via WhatsApp
ଛତିଶଗଡ଼ର ସମର୍ଥ ଜୈନ୍ ନୈନୋ ବୈଜ୍ଞାନିକ ହେବା ପରେ ବେଲଜିୟମରେ ତାଙ୍କୁ ୩୭ଲକ୍ଷ ପ୍ୟାକେଜରେ ଚାକିରି ମିଳି ଯାଇଥିଲା । ଚାକିରି ପାଇବ ପରେ ସମର୍ଥ ଦେଖିଲେ ବୈଜ୍ଞାନିକମାନେ ଭିନ୍ନ ଉପାୟରେ ଚାଷ କରିବାକୁ ନେଇ ଗବେଷଣା କରୁଛନ୍ତି । ରାସାୟନିକ ସାରର ବ୍ୟବହାର ନକରି ସେଠାରେ ବୈଜ୍ଞାନିକମାନେ ଜୈବିକ ଚାଷ କରିବାକୁ ଚେଷ୍ଟା କରୁଥିଲେ । ଏହାଦେଖି ସମର୍ଥ ବେଲଜିୟମ୍ ଛାଡ଼ି ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଭାରତରେ ଚାଷୀ ଆତ୍ମହତ୍ୟାର ଖବର ସମର୍ଥଙ୍କୁ ବିଚଳିତ କରିପକାଉଥିଲା । ମନରେ ଚାଷୀଙ୍କ ପାଇଁ କିଛି କରିବେ ବୋଲି ମନସ୍ଥ କରିଥିଲେ ।
ବେଲଜିୟମରେ କୌଣସି ରାସୟନର ବ୍ୟବହାର ନ କରି ଚାଷ କରିବା ଦେଖି ସେ ଭାରତରେ ମଧ୍ୟ ଏଭଳି ଚାଷ କରିବାକୁ ନେଇ ଲୋକମାନଙ୍କୁ ଜଣାଇବେ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ଯେଉଥିପାଇଁ ସେ ଚାକରି ଛାଡ଼ି ତାଙ୍କ ଗାଁକୁ ପଳାଇଆସିଥିଲେ । ଛତିଶଗଡ଼ ଯଶପୁରରର ନିଜ ଗାଁ ଗହ୍ମାରିଆକୁ ଆସି ଜୈବିକ ଚାଷକୁ ନେଇ କାମ ଆରମ୍ଭ କରିଥିଲେ ସମର୍ଥ । ୨୦୧୩ରେ ସମର୍ଥ ବୈଦିକ ବାଟିକା ନାମରେ ନିଜର ଏକ କମ୍ପାନୀ ତିଆରି କରିଥିଲେ । ପରେ ସେ ଆଖପାଖର କୃଷକଙ୍କ ଜୈବିକ ଚାଷ କରିବା ପାଇଁ ଅନୁପ୍ରାଣିତ କରିବା ସହ ନିଜ ସହ ଯୋଡ଼ିଥିଲେ ।
ଏ ପର୍ଯ୍ୟନ୍ତ ତାଙ୍କର ସେହି ଅଭିଯାନରେ ୩୦୦ଜଣ କୃଷକ ଯୋଡ଼ି ହୋଇ ସାରିଛନ୍ତି । ପ୍ରଥମେ ଯେତେବେଳେ ସେ ଚାଷ କରିବା ଆରମ୍ଭ କରିଥିଲେ,ସେତେବେଳେ ମାର୍କେଟରେ ରସାୟନଯୁକ୍ତ ମଞ୍ଜି ଭରି ରହିଥିବା ଦେଖିଥିଲେ । ଏହାକୁ ରୋକିବା ପାଇଁ ସମର୍ଥ ନିଜ ଘରର ପ୍ରୟୋଗଶାଳାରେ ଜୈବିକ କୀଟନାଶକ ତିଆରି କରିବା ଆରମ୍ଭ କରିଥିଲେ । ଯାହାର ଭଲ ପରିଣାମ ଚାଷ ଜମିରେ ଦେଖିବାକୁ ମିଳିଥିଲା ।
୬ବର୍ଷ ମଧ୍ୟରେ ସମର୍ଥ ନିଜର ଜୈବିକ କମ୍ପାନୀକୁ ରେଜିଷ୍ଟର କରି ନେବା ସହ କମ୍ ଦାମ୍ରେ ଜୈବିକ ପ୍ରଡ଼କ୍ଟ ମାର୍କେଟରେ ବିକ୍ରି କରୁଥିବା ଜଣା ପଡ଼ିଛି । ଯାହାଦ୍ୱାରା ଚାଷ ଜମିର ମାଟିର ଗୁଣ ନଷ୍ଟ ହେବା ପରିବର୍ତ୍ତେ ଭଲ ଚାଷ ହୋଇ ପାରୁଛି । ସମର୍ଥଙ୍କ ଏଭଳି ଉଦ୍ୟମ ପାଇଁ ଆଜି ୩୫୦ରୁ ଅଧିକ ଚାଷୀ ଭଲ ଉତ୍ପାଦନ କରି ପାରିବା ସହ ସମର୍ଥଙ୍କ କମ୍ପାନୀରେ କାମ କରି ମାସିକ ଆୟ କରି ପାରୁଛନ୍ତି ।