ବାୟୁମଣ୍ଡଳ ପ୍ରଦୂଷଣ କାରଣରୁ କମୁଛି ଭାରତବାସୀଙ୍କ ଆୟୁ ! ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ ।

89

ଦିନକୁ ଦିନ ବାୟୁମଣ୍ଡଳ ପ୍ରଦୂଷଣ ହେବାରେ ଲାଗିଛି । ବାୟୁମଣ୍ଡଳ ପ୍ରଦୂଷଣ ହେବା ଫଳରେ ଏହାର ପ୍ରଭାବ ସିଧାସଳଖ ମଣିଷ ଶରୀର ଉପରେ ପଡୁଛି । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ସହ ଅନ୍ୟାନ୍ୟ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଏବେ ବୈଜ୍ଞାନିକ ମାନଙ୍କ ଏକ ପରିକ୍ଷଣରୁ ଜଣାପଡିଛି, ପ୍ରଦୂଷଣ ବ୍ୟାପିବା କାରଣରୁ ଭାରତରେ ଲୋକମାନଙ୍କ ଆୟୁସ ଦେଢ ବର୍ଷ କମ ହୋଇଯାଉଛି ।

ବୈଜ୍ଞାନିକଙ୍କ କହିବା ଅନୁଯୟୀ, ପ୍ରଥମଥର ପାଇଁ ବାୟୁ ପ୍ରଦୂଷଣ ଏବଂ ଜୀବନ ଅବଧି ଉପରେ ଏକ ଅଧ୍ୟୟନ କରାଯାଇଛି । ଯେଉଁଥିରେ ଜଣାପଡିଛି ବାୟୁମଣ୍ଡଳ ପ୍ରଦୂଷଣ କାରଣରୁ ସମଗ୍ର ବିଶ୍ୱରେ ଲୋକମାନଙ୍କ ଶରୀର ଉପରେ କୁପ୍ରଭାବ ପଡିବା ସହ ଲୋକମାନଙ୍କ ଆୟୁସ ଦେଢ ବର୍ଷ କମିଯାଉଛି ।

ଆମେରିକାର ଆଷ୍ଟିନରେ ଟେକ୍ସାସ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ବାୟୁମଣ୍ଡଳରେ ଥିବା ୨.୫ ମାଇକ୍ରୋନ ଠାରୁ ଛୋଟ କଣିକାରେ ବାୟୁ ପ୍ରଦୂଷଣର ଅଧ୍ୟୟନ କରିଥିଲେ । ଏହି ସୁକ୍ଷ୍ମ କଣିକା ଫୁସଫୁସରେ ପ୍ରବେଶ କରି ହୃଦଘାତ, ଶ୍ୱାସକ୍ରିୟା ଜନିତ ରୋଗ, ଏବଂ କ୍ୟାନ୍ସର ଭଳି ଖତରନାକ ରୋଗ ହୋଇଥାଏ ।