ସାରା ଦେଶରେ ଚୁଟି କଟା ଆତଙ୍କ ! ଦିଲ୍ଲୀ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଚିନ୍ତାରେ ଲୋକେ

67

ଦେଶରେ ଚୁଟି କଟା ଆତଙ୍କ । ଆତଙ୍କରେ ଦିନ କାଟୁଛନ୍ତି ମହିଳା । ଅବିଶ୍ୱସନୀୟ ହେଲେ ମଧ୍ୟ ଏହି ଘଟଣାକୁ ବିଶ୍ୱାସ କରିବା ପାଇଁ ପଡ଼ୁଛି । କାରଣ ଗୋଟିଏ ସ୍ତାନରେ ରେ ନୁହଁ ଭିନ୍ନ ଭିନ୍ନ ସ୍ଥାନ, ଅଞ୍ଚତଥା ରାଜ୍ୟରେ ଏପରି ଅଭାବନୀୟ ଘଟଣା ଶୁଣିବା ପାଇଁ ମିଳୁଛି । ଦିଲ୍ଲୀ , ୟୁପି, ମଧ୍ୟପ୍ରଦେଶ, ହରିୟାନା ଓ ରାଜସ୍ଥାନ ଯେପରି ଅଞ୍ଚଳରେ ଓ ଅନେକ ଅନ୍ୟ ରାଜ୍ୟରେ ଜାରି ରହିଛି ମହିଳାଙ୍କ ଚୁଟି କଟା ଘଟଣା । ଏ ମାମଲାକୁ ନେଇ ସମସ୍ତେ ଏବେ ଦ୍ୱନ୍ଦରେ ଅଛନ୍ତି । ଅନେକ ଲୋକ ଏହି ଘଟଣାକୁ ଭୌତିକ ଶକ୍ତି ବୋଲି ମଧ୍ୟ ମାନୁଛନ୍ତି । ଏହି ମାମଲାର ସମାଧାନ ପାଇଁ ଦିଲ୍ଲୀ ପୋଲିସ ପୁରା ଶକ୍ତି ଲଗାଇ ଦେଇଛନ୍ତି । ପୋଲିସ୍ ଖବରୀ ଠାରୁ ଆରମ୍ଭ କରି ସାଇକୋଲୋଜିିକାଲ ଓ ସାଇଣ୍ଟିଫିକ ଅନୁସନ୍ଧାନର ସାହାରା ନେଉଛନ୍ତି । କେଉଁଠୁ ଯଦି କିଛି ସୁରାକ ପ୍ରମାଣ ମିଳିଯାଏ, ତେବ ଚୁଟି କଟା ରହସ୍ୟର ସମାଧାନ ହେବ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଯଦି ଏହି ମାମଲା ପଛରେ କୌଣସି ଦୁଷ୍ଟ ବ୍ୟକ୍ତିର ଗ୍ୟାଙ୍ଗର ହାତ ରହିଛି, ତେବେ ଏତେ ଶୀଘ୍ର ଦେଶରେ ଅଲଗା ଅଲଗା ସହରରେ ମହିଳାମାନେ କିପରି ଚୁଟି କଟାର ଶୀକାର କରୁଛି । ଆଉ ଏହି ଗ୍ୟାଙ୍ଗର ସଦସ୍ୟଙ୍କୁ କେହି କାହିଁକି ଦେଖି ପାରୁ ନାହାନ୍ତି । ସବୁଠାରୁ ବଡ଼ କଥା ହେଲା ମହିଳାମାନେ ଶୋଇବା ଅବସ୍ଥାରେ କିମ୍ବା ବେହୋସ ଅବସ୍ଥାରେ ହିଁ ଚୁଟି କଟାର ଶିକାର ହେଉଛନ୍ତି । ତେବ ଏହି ସବୁ ପ୍ରଶ୍ନ ଚୁଟି କଟା ରହସ୍ୟକୁ ଅଧିକ ଜଟିଳ କରୁଛି । କିନ୍ତୁ ଏନେଇ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି ପୁଲିସ ସାମ୍ନାରେ । ଦିଲ୍ଲୀ ପୋଲିସକୁ ଏହି ମାମଲା ନେଇ ଏବେ ପର୍ଯ୍ୟନ୍ତ ୧୧ ଟି କଲ ଆସି ସାରିଛି ।

କିଛି ଲୋକ ଏହି ରହସ୍ୟ ପଛରେ ଭୌତିକ ଶକ୍ତି, ଭୂତ, ପ୍ରେତ କିମ୍ବା କୌଣସିି ସୈତାନର ହାତ ଥିବା କଥା କହୁଛନ୍ତି । କିନ୍ତୁ ପୋଲିସ୍ ଓ ଆଇନ ଭୂତ ପିଶାଚ ପରି କଥାରେ କଥାରେ ବିଶ୍ୱାସ କରିପାରିବ ନାହିଁ । ଏବେ ଏହି ରହସ୍ୟର ସମାଧାନ ପାଇଁ ପୋଲିସ ସାଇଣ୍ଟିଫିକ ଟିମର ଇନଭେଷ୍ଟିକେସନର ଅନୁସନ୍ଧାନର ସାହାରା ନେଉଛନ୍ତି । ଘଟଣା ଘଟୁୁଥିବା ସ୍ଥଳରୁୁ ପ୍ରମାଣ ଏକାଠି କରିବାରେ ଲାଗିଛନ୍ତି । ଏହାସହ ମନୋଚିକିତ୍ସକଙ୍କ ସାହାଯ୍ୟ ନେବା ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀ ପୋଲିସ ଚୁଟି କଟା ଘଟଣା ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ କରି ସାରିଛନ୍ତି ।

ହୋଇପାରେ କିଛି ଦୁଷ୍ଟ ବ୍ୟକ୍ତିଙ୍କ ଏହି ମାଲାରେ ହାତ ଥାଇପାରେ କିନ୍ତୁ ଏହା ବ୍ୟତୀତ ଆଉ ଏକ ଦିଗ ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି । କେବଳ ମହିଳାମାନେ ହିଁ ଚୁଟି କଟାର ଶିକାର ହେଉଛନ୍ତି କାହିିଁକି । ସେମାନେ କୌଣସି ମାନସିକ ଅବସାଦ ମଧ୍ୟ ଦେଇ ଗତି କରୁନାହାନ୍ତି ତ ? କାରଣ ଏମିତି ମହିଳାମାନେ ମାସ ହିଷ୍ଟ୍ରିରିଆର ଶିକାର ହୁଅନ୍ତି , ଯିଏ ନିଜ ସହ ଅନ୍ୟକୁ ମଧ୍ୟ ଦ୍ୱନ୍ଦରେ ପକାନ୍ତି । ତେବେ ଚିନ୍ତାର କାରଣ ହେଲା ଏପରି ଘଟଣା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଯେବେ ପର୍ଯ୍ୟନ୍ତ ଏହି ରହସ୍ୟର ସମାଧାନ ହୋଇନାହିଁ ଏହି ରହସ୍ୟ କେଉଁଁ ପର୍ଯ୍ୟନ୍ତ ଯିବ ସେକଥାର ଉତ୍ତର କାହା ପାଖରେ ନାହିଁ । କିନ୍ତୁ ଏହାର ସତ୍ୟତା ଜାଣିବା ଜରୁରୀ ।

ଦିଲ୍ଲୀର ମାୟାପୁରୀ ଅଞ୍ଚଳର ଏକ ଘରେ ମା’ ଓ ତାଙ୍କର ୩ ଝିଅ ଶୋଇଥିଲେ । କିନ୍ତୁ ଯେତେବେଳେ ସକାଳେ ଉଠିଲା ବେଳକୁ ବିଛଣାରେ ପଡ଼ିଥିଲା ସେମାନଙ୍କ କଟା ଚୁଟି । ଏହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦେକୁ ଦେଖୁ ପୁରା ଅଞ୍ଚଳରେ ଏହି କଥା ପ୍ରଚାର ହୋଇଯାଇଥିଲା । ମାଲାର ଛାନଭିନ ପାଇଁ ପୁଲିସକୁ ଖବର କରାଯାଇଥିଲା । କେବଳ ଏତିକି ନୁହଁ ନଫଜଗଡ଼ର ଧର୍ମପୁରା ଅଞ୍ଚଳରେ ଘରେ ଶୋଇଥିବା ମହିଳାଙ୍କ ଚୁଟି ରହସ୍ୟମୟୀ ଉପାୟରେ କଟିଗଲା । ଏହାସହ ଉକ୍ତ ଗାଁର ନବମ ଶ୍ରେଣୀର ଏକ ଛାତ୍ରୀ ସହ ମଧ୍ୟ ଏହି ସମାନ ଘଟଣା ଘଟିଛି । ଏହି ଘଟଣା ପରେ ପୁରା ଅଞ୍ଚଳରେ ଲୋକଙ୍କ ମଦ୍ୟରେ ଆତଙ୍କ ଖେଳିଗଲା ।

ୟୁପିର ମଥୁରାରେ ମଧ୍ୟ ମହିଳାଙ୍କ ଚୁଟି କଟିିବା ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ କିଛିି ଅଜଣା ଲୋକ ମଥୁୁରାର ଏକ ଗାଁରେ ମହିଳାଙ୍କ ଚୁଟି କାଟିଦେଲେ । ଗାଁର ଲୋକଙ୍କ ଅନୁସାରେ ତନ୍ତ୍ର ବିଦ୍ୟା ପାଇଁ କେହି ଜଣେ ମହିଳାଙ୍କ ଚୁଟିି କାଟୁଛି । ଏନେଇ ଆଗ୍ରାର ଜଣେ ବୟସ୍କା ମହିଳାଙ୍କୁ ଚୁଟି କାଟୁଥିବା ସନ୍ଦେହରେ ହତ୍ୟା କରିଦିଆଯାଇଛି । ଅନ୍ଧାରରେ ଉକ୍ତ ବୟସ୍କ। ମିହିଳାଙ୍କୁୁ ନିଜ ଅଞ୍ଚଳରେ ଲୋକେ ଦେଖିଥିଲେ ଓ ତାଙ୍କୁ ଚୁଟି କାଟୁଥିବା ପିଶାଚୀ ଭାବି ଜୋରରେ ବାଡ଼େଇଥିଲେ । ଫଳରେ ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିଲେ ।

ଗାଜିଆବାଦରେ ମଧ୍ୟ ଏପରି କିଛି ଘଟଣା ଘଟିଛି, ଯଦ୍ୱାରା ଆତଙ୍କରେ ଅଛନ୍ତି ଲୋକେ । ଏଠାରେ ଜଣେ ମହିଳ। ଅପରାହ୍ଣରେ ତାଙ୍କ ଛୁଆଙ୍କୁ ସ୍କୁଲରୁ ନେଇ ଘରୁକୁ ଫେରିବା ସମୟରେ ବେହୋସ ହୋଇ ପଡ଼ିଗଲେ । ଯେତେବେଳେ ହୋସ ଆସିଲା ସେତେବେଳେ ତାଙ୍କ ଚୁଟି କଟି ସାରିଥିଲା । ମହିଳାଙ୍କ କହିବା ଅନୁସାରେ ସେ ବାବା ପରି ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ । ତା’ପରେ କ’ଣ ହେଲା ତାଙ୍କର ଆଉ କିଛି ମନେ ନାହିଁ । ଏହି ପ୍ରକାରରେ ମ୍ୟଧପ୍ରଦେଶର ଶିବପୁରୀରେ ଦୁଇଟି ସ୍ଥାନରେ ଚୁଟି କଟିବାର ଘଟଣା ସାମ୍ନାକୁ ଆସିଛି । ଧୀରେ ଧୀରେ ଦେଶ ସାରା ଏ ଘଟଣା ପ୍ରଚାର ହେବାରେ ଲାଗିଛି । ଆତଙ୍କରେ ବଞ୍ଚୁଛନ୍ତି ମହିଳା । ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା ଏହି ଘଟଣା ପଛରେ କାହାର ହାତ ଅଛି । ଆଉ କିଏ ବା କେଉଁ ଉଦ୍ଦେଶ୍ୟରେ ଏପରି କାମ କରୁଛି ।