ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାର ତନାଘନା । ନିକିତାଙ୍କ ଘରକୁ ଯାଇ କମିସନରେଟ ପୁଲିସ ଓ ଫରେନସିକ ଟିମର ଛାନଭିନ୍

252

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ନିକିତା ଛାତ ଉପରୁ କେମିତି ଓ କେଉଁ ପରିସ୍ଥିତିରେ ପଡିଲେ ସେ ନେଇ ଚାଲିଛି ଛାନଭିନ । ୩ ଜଣିଆ ଟିମ ଘଟଣାର ତଦନ୍ତ କରୁଥିବା ଡିସିପି କହିଛନ୍ତି । ନିକିତା କିଭଳି ଛାତ ଉପରୁ ପଡିଲେ ଅନୁସନ୍ଧାନ ଚାଲିଛି, ପ୍ରମାଣ ଓ ତଥ୍ୟ ଆଧାରରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି । ଆଜି ଫରେନସିକ ଟିମ ଓ କମିସନରେଟ ପୁଲିସ ନିକିତାଙ୍କ କଟକ ମହାନଦୀବିହାରରେ ଥିବା ଘରେ ପହଚିଂ ଛାନଭିନ କରିଛନ୍ତି ।

ଅନ୍ୟପଟେ ଗତକାଲିଠୁ କଟକ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ନାଁରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛିା

ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଶୁକ୍ରବାର ରାତିରେ ଛାତଉପରୁ ପଡି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ନିକିତା ତାଙ୍କ ବାପ ଘରେ ଥିଲେ । ତେବେ ନିକିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଛାତ ଉପରୁ ପଡି ନିକିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ନିକିତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।