ସମ୍ବଲପୁରରେ ଅଭାବନୀୟ ଘଟଣା ! ଦୁର୍ଘଟଣାଗ୍ରସ୍ତ ହେଲା ସ୍କୁଲ ଭ୍ୟାନ , ୫ ଛାତ୍ରଛାତ୍ରୀ ଆହତ ଏବଂ ୨ ଗୁରୁତର ।

20

କନକ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ଥାନା ଅମ୍ବିରାନଗରରେ ଏକ ଜେସିବିକୁ ସ୍କୁଲ ଭ୍ୟାନ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୂୁରୁତର ଅଛି । ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କୁ ଭର୍ତି କରାଯାଇଛି । ଆଜି ସକାଳୁ ଭ୍ୟାନଟି ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଜେସିବିକୁ ଧକ୍କା ଦେଇଥିଲା । ଦୂର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି ।

ଆଜି ସକାଳେ ସମ୍ବଲପୁର ସହରର ସାକ୍ଷୀପଡ଼ା ଅଞ୍ଚଳରେ ଥିବା ସେଣ୍ଟ ଜୋଶେଫ ସ୍କୁଲର କେତେକ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଆସୁଥିବା ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଏକ ଜେସିବି ପଛରେ ପିଟି ହୋଇଛି । ଦୁର୍ଘଟଣା ପରେ ସ୍କୁଲ ଭ୍ୟାନ୍ଟିି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବଲପୁରର ଭାଲୁପାଲି, ଅମ୍ବିିରାନଗର ଅଞ୍ଚଳରେ ରହୁଥିବା ସେଣ୍ଟ ଯୋଶେଫ ସ୍କୁଲର କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ ସମ୍ବଲପୁର- ଝାରସୁଗୁଡ଼ା ରାଜ୍ୟ ରାଜପଥରେ ଆସୁଥିଲା। ଅମ୍ବିରାନଗର ନିକଟରେ ଏକ ଜେସିବି ରାସ୍ତାକଡ଼ରେ ରଖାଯାଇଥିଲା। ମାତ୍ର ସ୍କୁଲ ଭ୍ୟାନ୍ର ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଜେସିବି ପଛପଟେ ନେଇ ଭ୍ୟାନକୁୁ ବାଡେଇ ଦେଇଥିଲେ। ଫଳରେ ଭ୍ୟାନ୍ଟି ଜେସିବି ସହିତ ଧକ୍କା ଖାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍କୁଲ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।