ଗୁରୁଙ୍କ ନାଁରେ କଳଙ୍କ : ନାବାଳିକା ସହ ୩ ବର୍ଷ ହେବ ଶିକ୍ଷକ ଦୁଷ୍କର୍ମ କରୁଥିବା ଅଭିଯୋଗ

33

ଅସ୍ତରଙ୍ଗ : ପୁଣି ଜଣେ ଗୁରୁଙ୍କ ନାଁରେ କଳଙ୍କ । ଜଣେ ୭ ବର୍ଷର ନାବାଳିକାକୁ ତାର ସ୍କୁଲ ଶିକ୍ଷକ ୩ ବର୍ଷ ଧରି ଯୌନ ଶୋଷଣ କରି ଆସୁଥିବାର ଅଭିଯୋଗ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା  ଘଟିଛି ଶ୍ରୀଚନ୍ଦନପୁର ଗୌରାଙ୍ଗ ଚରଣ ଇଂରାଜୀ ମିଡିୟମ ସ୍କୁଲରେ । ଅଭିଯୁକ୍ତ ଶିକ୍ଷକ ପ୍ରଶାନ୍ତ କୁମାର ମିସ୍ତ୍ରୀ ୩ ବର୍ଷ ଧରି ନାବାଳିକାକୁ ଯୌନଶୋଷଣ କରି ଆସୁଥିଲା । ପିଲାଟି ପରିବାର ଲୋକଙ୍କୁ କହିବା ପରେ କାକଟପୁର ଥାନାରେ ଏ ନେଇ ଏତଲା ଦିଆଯାଇଥିଲା । ଏହି ଖବର ପ୍ରଚାର ହେବା ପରେ ସାରା ଅଂଚଳରେ ଉତେଜନା ଖେଳି ଯାଇଥିଲା । ସ୍କୁଲରେ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବି କରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୁଲିସ ପହଁଚି ଅଭିଯୁକ୍ତକୁ ଅଟକ ରଖିବା ସହ ପୀଡିତା ଛାତ୍ରୀଙ୍କୁ ଉଦ୍ଧାର କରିଛି । ସେପଟେ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ । ସମଗ୍ର ଅଂଚଳରେ ଉତେଜନା ପ୍ରକାଶ ପାଇଛି ।