ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ପାଗ ପରିବର୍ତ୍ତନ ପାଇଁ ସ୍କୁଲ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

4,949

କନକ ବ୍ୟୁରୋ: ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର । ତେବେ ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର ।

source : India Today

ପାଗ ବଦଳିଲା ନିଷ୍ପତି ବଦଳିଲା । ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଖରାଦିନ ଛୁଟି ବଢାଇବା ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର । ୨୬ବଦଳରେ ଜୁନ୍ ୨୧ ଅର୍ଥାତ ଆସନ୍ତାକାଲି ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରାକ ମୌସୁମୀ ବର୍ଷା ଲାଗି ପାଗ ବଦଳିଥିବାରୁ ସ୍କୁଲ ଖୋଲିବାକୁ ସରକାରଙ୍କ ନିଷ୍ପତି ନେଇଛନ୍ତି । ରାଜ୍ୟରେ ଖରା ଛୁଟି ୧୮ତାରିଖ ଯାଏଁ ଥିବା ବେଳେ ଗ୍ରୀଷ୍ମ ଲହରୀ ଜାରିରହିଥିବା ଯୋଗୁଁ ଏହାକୁ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ କିନ୍ତୁ ପାଗରେ ପରିବର୍ତନ ହୋଇଥିବା ଯୋଗୁଁ ୨୬ତାରିଖ ପରିବର୍ତେ ଆସନ୍ତାକାଲି ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି ।