ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଫେଲ ମାରିଛି ଶିକ୍ଷା ବ୍ୟବସ୍ଥା ! ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ସାମ୍ନାକୁ ଆସିଲା ପ୍ରାଥମିକ ଶିକ୍ଷା ଅବ୍ୟବସ୍ଥାର ଅସଲ ଚିତ୍ର

50

କନକ ବ୍ୟୁରୋ : ଦୀପ ତଳ ଅନ୍ଧାର । ଏଭଳି ଏକ ଓଡ଼ିଆ ଲୋକ କଥା ପ୍ରମାଣିତ ହୋଇଛି ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ । ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ । ସମସ୍ତେ ପଢ଼ିବୁ ସମସ୍ତେ ବଢ଼ିବୁ ସ୍ଳୋଗାନ ଏଠି କେବଳ କାଗଜ କଲମରେ ସୀମିତ । ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ । କେନ୍ଦୁଝର , ଜିଲ୍ଲା ହାଟଡିହି ବ୍ଲକ ପଂଚୁଗୋଛିଆ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି । ପଂଚୁଗୋଛିଆ, ଟିକରା, ସାହାନନ୍ଦପୁର ଆଦି ୩ଟି ଗାଁର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଗୋଟିଏ ସ୍କୁଲରେ ପାଠ ପଢୁଛନ୍ତି ୧୪୨ ଜଣ ଛାତ୍ରଛାତ୍ରୀ ।

6୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ ବି ଗୋଟିଏ ମାତ୍ର ଶ୍ରେଣୀଗୃହ ଥିବାରୁ ପାଠପଢାରେ ସମସ୍ୟା ଦେଖାଦେଇଛି । ଗୋଟିଏ ଶ୍ରେଣୀ ଗୃହରେ ୩ଟି ଶ୍ରେଣୀର ପିଲା ବସୁଥିବାବେଳେ ବାରଣ୍ଡାରେ ଦୁଇଟି ଶ୍ରେଣୀର ପିଲାମାନେ ବସି ପାଠ ପଢ଼ୁଛନ୍ତି ।ତେବେ ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ବର୍ଷାଦିନେ ସ୍କୁଲରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି । ଏନେଇ ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ତେବେ ଏନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପାଖକୁ ପ୍ରସ୍ତାବ ପଠାଯାଇଛି ବୋଲି କହିଛନ୍ତି ହାଟଡିହି ବିଇଓ । ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସାଧାରଣ ଲୋକ ନାପସନ୍ଦ କରିଛନ୍ତି ।