ସ୍କୁଲ୍ ପଲିଟିକ୍ସର ଫାଇନାଲ୍ ଡେ : ଢେଙ୍କାନାଳ କାଣ୍ଡବିନ୍ଧା ସ୍କୁଲର ଶତବାର୍ଷିକୀରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ

28

ଢେଙ୍କାନାଳ : ସ୍କୁଲ୍ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଲଢେଇ । ଆଜି ଢେଙ୍କାନାଳ କାଣ୍ଡବିନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇବ ଜିଲ୍ଲା ପ୍ରଶାସନ । ପୂର୍ବରୁ ଧର୍ମେନ୍ଦ୍ରଙ୍କ ସୁରକ୍ଷା ବ୍ୟବସ୍ଥା କାରଣ ଦର୍ଶାଇଥିଲେ ଜିଲ୍ଲାପାଳ । ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଥିବା ନେଇ ବି ଚର୍ଚା ଜୋର୍ ଧରିଥିଲା ।

ସେପଟେ ସ୍କୁଲ କ୍ୟାମ୍ପସରେ ଶତବାର୍ଷିକୀ ପାଳନ ନହୋଇ ଗାଁ ପଡିଆରେ ଆରମ୍ଭ ହୋଇଛି ଉତ୍ସବ । ଧର୍ମେନ୍ଦ୍ରଙ୍କ ଗସ୍ତ ପୂର୍ବରୁ ସ୍କୁଲରେ ପଡିଛି ତାଲା । ସୁଲ ମୁଖ୍ୟ ଫାଟକରେ ତାଲା ପକାଇ ଭିତରେ ଚାଲିଛି ପାଠପଢା । କାରଣ ଫତୁଆ ଜାରି କରିଛନ୍ତି ଜିଲ୍ଲାପାଳ । ପ୍ରଶାସନର ବିନା ଅନୁମତିରେ ସ୍କୁଲ କାର୍ଯ୍ୟକ୍ରମକୁ ନେତା, ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇପାରିବ ନାହିଁ । ଏହି ଭୟରେ ସ୍କୁଲର ଶତବାର୍ଷିକୀ ଉତ୍ସବ ପାଳନ ହେଉଥିବାବେଳେ, ଗେଟରେ ତାଲାମାରି ଭିତରେ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ଉତ୍ସବ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ନାୟକଙ୍କ ବଦଳି ହୋଇଛି । ତେଣୁ ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି ସ୍କୁଲ କର୍ତୃପକ୍ଷ । ସେପଟେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ହାତବାରିଶି ସାଜିଥିବା ଅଭିଯୋଗ କରିଛି ବିଜେପି । ବିରୋଧୀ ଦଳ ପ୍ରତି ଆତଙ୍କିତ ହୋଇ ସରକାର ଏଭଳି ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା

ଦେଖନ୍ତୁ ଏହି ଭିଡିଓ –