ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର !

26

କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରିମଣ୍ଡଳର ୯ମ ମନ୍ତ୍ରୀ ଭାବେ ଗଣଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର ଇସ୍ତଫା ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସମେତ ମୋଟ୍‌ ୯ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି ।  ଆଜି ସକାଳେ ପ୍ରଥମେ ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ, ଯୋଗେନ୍ଦ୍ର ବେହେରା, ପୁଷ୍ପେନ୍ଦ୍ର ସିଂହଦେଓ , ସୁଦାମ ମାରାଣ୍ଡି ଓ ଲାଲ ବିହାରୀ ହିମିରିକା ମନ୍ତ୍ରୀ ପଦରୁ  ଇସ୍ତଫା ଦେଇଥିଲେ। । ଏହିପରି ଆଉ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି।