ବଢ଼ିନି ଛୁଟି, ସ୍କୁଲ ଛୁଟି ବଢ଼ିବା ଖବର ଗୁଜବ : ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସୂଚନା ଦେଲେ ଗଣଶିକ୍ଷା ବିଭାଗ ସଚିବ
କନକ ବ୍ୟୁରୋ : ବଢ଼ିନି ସ୍କୁଲ ଛୁଟି । ଅର୍ଥାତ ସ୍କୁଲ ଛୁଟି ବଢ଼ିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନି ଗଣଶିକ୍ଷା ବିଭାଗ । ସ୍କୁଲ ଛୁଟି ବଢ଼ିବା ଖବର ଗୁଜବ । ସୋମବାର କିମ୍ବା ମଙ୍ଗଳବାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ । ସ୍କୁଲ ଛୁଟି ବଢ଼ିବା ନେଇ ସୋସିଆଲ ମିଡିଆରେ ଗୁଜବ ପରେ ଏକଥା କହିଛନ୍ତି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର । କିଛି ଦିନ ହେବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ବଢ଼ା ଯାଇଥିବା ସୋସିଆଲ ମିଡିଆରେ ଗୁଜବ ହୋଇଥିଲା । ଏହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରକୃତରେ ସ୍କୁଲ ଛୁଟି ବଢ଼ିକି ନାହିଁ ତାହା ସ୍ପଷ୍ଟ ଜଣାପଡିନଥିଲା । ତେବେ ଏହି ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସଚିବ । ଏଥିରେ କୌଣସି ସତ୍ୟତା ନାହିଁ । ଗୁଜବ ଖବର ଶୁଣି ଛାତ୍ରଛାତ୍ରୀ ତଥା ଅଭିଭାବକ ପ୍ରବାଭିତ ହେବା ଆବଶ୍ୟକ ନାହିଁ । ପୂର୍ବରୁ ୧୯ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା ହୋଇଥିଲା ।
ସୂଚନାଯୋଗ୍ୟ ଗତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କିଛି ଦିନ ପାଇଁ ଛୁଟି ବଢ଼ାଇଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ତାତି ଓ ଗୁଳୁଗୁଳି ଜୋର ଥିଲେ ମଧ୍ୟ କିଛି ସ୍ଥାନରେ ପାଗ ଏବେ ଭଲ ରହିଛି । ତେଣୁ ଛୁଟି ବଢ଼ିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ ।