ଗୁଜୁରାଟ ରାଜ୍ୟ ସରକାରଙ୍କ ବଡ ଘୋଷଣା ! ନବରାତ୍ରୀରେ ସ୍କୁଲ କଲେଜ ଗୁଡିକୁ ଦିଆଯିବ ଏକ ସପ୍ତାହ ଛୁଟି ।

82

ନବରାତ୍ରୀରେ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯିବାର ନିର୍ଣ୍ଣୟ ନେଇଛନ୍ତି ରାଜ୍ୟସରକାର । ଗୁଜରାଟର ଶିକ୍ଷା ରାଜ୍ୟମନ୍ତ୍ରୀ ବିଭାବରୀ ବେନ ଭାବନଗଡରେ ଏକ ବୈଠକ ଆୟୋଜନ କରିଥିଲେ । ଏହି ଆୟୋଜିତ ବୈଠକରେ ରାଜ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ମଧ୍ୟ ଏଥିରେ ସାମିଲ ଥିଲେ । ଏହି ବୈଠକରେ ଆସନ୍ତା ନବରାତ୍ରୀରେ ସ୍କୁଲ ଗୁଡିକ ଛୁଟି ହେବା ସହିତ କଲେଜ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ଛୁଟି ଦିଆଯିବାର ଘୋଷଣା କରିଛନ୍ତି ରାଜ୍ୟ ସରକାର । ମନ୍ତ୍ରୀ କହିଛନ୍ତି ପବିତ୍ର ନବରାତ୍ରୀର ଦିନକୁ ଛାତ୍ରଛାତ୍ରୀ ମାନେ ଭଲ ଭାବେ ଉପଭୋଗ କରିବା ପାଇଁ ଏପରି ନିଷ୍ପତି ନିଆଯାଇଛି ।

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ, ନବରାତ୍ରୀ ପାଳନ କରିବା ପାଇଁ ସ୍କୁଲ କଲେଜ ଗୁଡିକୁ ଏକ ସପ୍ତାହ ପାଇଁ ଛୁଟି ଦିଆଯାଇଥିବା ବେଳେ ଏବେ ଦ୍ୱୀପାବଳି ପାଇଁ ଦିଆଯାଉଥିବା ଛୁଟିକୁ କିଛି ଦିନ କମାଇ ଦିଆଯିବ । ଦ୍ୱୀପାବଳିରେ ହେଉଥିବା ଛୁଟିକୁ କମାଇ ଦିଆଯାଇ ଦୁଇ ସପ୍ତାହ କରିଦିଆଯିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ମଧ୍ୟ ଏପରି ଛୁଟିର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଗତ କିଛି ବର୍ଷ ପୂର୍ବରୁ ଏହାକୁ ବନ୍ଦ କରିଦିଆଯାଇଥିଲା । ଏବେ ପୂନର୍ବାର ସେହି ନିୟମକୁ ଲାଗୁ କରିବା ପାଇଁ ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।