ଲଗାଣ ବର୍ଷାରେ ବେହାଲ କଟକ ସହର : ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ଦିନିକିଆ ଛୁଟି ଘୋଷଣା କଲେ ଜିଲ୍ଲାପାଳ

59

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ କଟକ ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଦିନକ ପାଇଁ ବନ୍ଦ୍ । ଆଜି ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବର୍ଷା ଲାଗି ରହିଥିବାରୁ ତଳିଆ ଅଂଳଚ ଗୁଡ଼ିକ ଜଳମଗ୍ନ ହୋଇଯାଇଛି । ସିମଏମସି ପକ୍ଷରୁ ଜଳ ନିଷ୍କାସନ ଜାରି ରହିଛି । ବିଭିନ୍ନ ଅଂଚଳରୁ ଜଳ ନିଷ୍କାସନ କରିବା ପାଇଁ ପ୍ରାୟ ୧୩୦ଟି ପମ୍ପ ଲଗାଯାଇଛି ।

ସୂଚନାଯୋଗ୍ୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପ ୱେଲମାର୍କ ଲୋପ୍ରେସରରରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିଛି । ସେପଟେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଂଚଳରେ ମଧ୍ୟମ ଧରଣର ବର୍ଷା ବା ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଆଜି ଓଡିଶାର ଅର୍ଧାଧିକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ରେଡ୍ ଆଲର୍ଟ ଜାରି କରାଯାଇଛି ।

source : Met Office

ଗୁରୁବାର ପୂର୍ବାହ୍ନ ପର୍ଯ୍ୟନ୍ତ କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଜଗତସିଂହପୁର,ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାପରେ ଉପକୂଳ ଓଡିଶାରେ ବର୍ଷା ପରିମାଣ କମିବ । ହେଲେ ଉତର ଓଡିଶା, ପଶ୍ଚିମ ଓଡିଶା ସମେତ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ବର୍ଷା ଜାରି ରହିବ । ଏହି ସମୟରେ ସମ୍ବଲପୁର, ଝାରସୁଗୁଡା ସୁନ୍ଦରଗଡ, କେନ୍ଦୁଝର, ବରଗଡ ଜିଲ୍ଳାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଂଚଳିକ ଆଂଚଳିକ ପାଣିପାଗ କେନ୍ଦ୍ର । ଶୁକ୍ରବାରଠାରୁ କିନ୍ତୁ ବର୍ଷା ପରିମାଣ କମିବ । ସେହିପରି ପଶ୍ଚିମବଙ୍ଗ, ଛତିଶଗଡ ଓ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ସେପ୍ଣଙ୍କ ଲଗାଣ ବର୍ଷା ଯୋଗୁଁ ଆହୁରି ବେହାଲ ହୋଇପଡିଛି ପୁରୀ ସୁଜାତା ନଗର । ପୁରୀ ସହରର ୧ ନମ୍ବର ୱାର୍ଡରେ ଜଳବନ୍ଦୀ ଥିବା ଲୋକଙ୍କ ସମସ୍ୟା ଆହୁରି ବଢ଼ାଇ ଦେଇଛି ଲଘୁଚାପ ଜନିତ ବର୍ଷା । ଦୁଇଦିନ ହେଲା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଥିବା ବେଳେ ପାଣି କମିବାର ନାଁ ନେଉନାହିଁ । ଏବେ ରାସ୍ତା ଉପରେ ପ୍ରାୟ ଅଂଟାଏ ଉଚ୍ଚର ପାଣି ଜମିରହିଛି । ଅନେକ ଘର ଭିତରେ ମଧ୍ୟ ପାଣି ପଶିଯାଇଛି । ଯଦି ବି କେହି ବାହାରୁଛନ୍ତି ତେବେ ସେମାନଙ୍କୁ ଡଙ୍ଗାରେ ପାରି ହେବା ପାଇଁ ପଡୁଛି । ବର୍ଷା ପାଣି ଜମିବାରୁ ସଂକ୍ରମଣ ବ୍ୟାପୁଛି । ଲୋକ ବିଭିନ୍ନ ପ୍ରକାରର ରୋଗରେ ପଡୁଛନ୍ତି । ପାଣି ଘେରରେ ଥିବା ଲୋକ ଥଣ୍ଡା ଜ୍ୱର ଓ ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହୋଇଛନ୍ତି । ତହସିଲଦାର, ଜନସ୍ୱାସ୍ଥ୍ୟ ବିଭାଗ ଓ ଆର ଆଇ ଘଟଣା ସ୍ଥଳରେ ପହଚିଂ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।