ଭଣ୍ଡାରୀପୋଖରୀ ରାଜେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ଅଭାବନୀୟ ଘଟଣା ! ଛାତ୍ରଙ୍କୁ ଡାକି ନିଜ ଗାଡି ସଫା କରାଇଲେ ସି.ଆର.ସି.ସି

38

କନକ ବ୍ୟୁରୋ: ଭଦ୍ରକ ଭଣ୍ଡାରୀପୋଖରୀ ରାଜେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ଅଭାବନୀୟ ଘଟଣା । ଶିକ୍ଷାକେନ୍ଦ୍ର ମଧ୍ୟରେ ଶ୍ରେଣୀଗୃହରୁ ଛାତ୍ରଙ୍କୁ ଡାକି ନିଜ ଗାଡି ଧୋଇବା କାମରେ ନିୟୋଜିତ କରିଛନ୍ତି ସି.ଆର.ସି.ସି । ଗତକାଲି ପୂର୍ବାହ୍ନେରେ କ୍ଲାସ ଚାଲିଥିବାବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ସରକାର ଶିକ୍ଷାକେନ୍ଦ୍ରଗୁଡିକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷଣା କରିଛନ୍ତି ।

କିନ୍ତୁ ରାଜେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ସି.ଆର.ସି.ସି ନରେନ୍ଦ୍ର ପ୍ରସାଦ ବେହେରା ଛାତ୍ରଙ୍କୁ ଲଗାଇ ନିଜ ଗାଡି ଧୋଉଥିବା ଦୃଶ୍ୟକୁ କିଛି ଯୁବକ ମୋବାଇଲରେ କଏଦ କରିଥିଲେ । ଏହି ସମୟରେ ସେହି ସ୍କୁଲର ଜଣେ ଶିକ୍ଷୟିତୀ ଉପସ୍ଥିତ ଥିଲେ ।