ବସ୍ତାନି ବୋଝରେ ଚାପି ହେଉଛନ୍ତି କୁନି କୁନି ପିଲା : ସ୍କୁଲ ବ୍ୟାଗ ଓଜନ ହ୍ରାସ ପାଇଁ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚେତିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଣିକି ପିଲାଙ୍କୁ ଓଜନିଆ ବ୍ୟାଗ ମନା । ଅଧିକ ବହି ଖାତା ଆଣିବାକୁ ବାଧ୍ୟ କଲେ ବିଦ୍ୟାଳୟ କର୍ତୁପକ୍ଷଙ୍କୁ ମିଳିବ ଦଣ୍ଡ । ପିଲା ଓଜନର୧୦ ପ୍ରତିଶତ ହେବ ବ୍ୟାଗର ଓଜନ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟଗୁଡିକ ଏହି ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ପ୍ରାରମ୍ଭିକ ପର୍ଯ୍ୟାୟରେ ଓପେକା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗାଇଡଲାଇନକୁ କଡାକଡି କରିବାକୁ ନିର୍ଦେଶ ଦିଆଯାଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଅଭିଭାବକ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଯଦି କୋ÷ଣସି ବିଦ୍ୟାଳୟ ଏହି ନିୟମକୁ ଉଲଙ୍ଘନ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ଦୁଇ ମାସ ପୂର୍ବେ ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ ଏହି ନିୟମ ଲାଗୁ କରିଥିଲା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :