ସ୍କୁଲ ବସକୁ ଧକ୍କା ଦେଲା ଟ୍ରକ : ଘଟଣା ସ୍ଥଳରେ ଜଣେ ଛାତ୍ର ମୃତ, ୨୦ ଆହତ

38

କନକ ବ୍ୟୁରୋ : ଦନକୁ ଦିନ ସାରା ଦେଶରେ ଦୁର୍ଘଟଣା ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । କେଉଁ ସମୟରେ ଡ୍ରାଇଭରଙ୍କ ଭୁଲ ଯୋଗୁଁ ତ କେଉଁ ସମୟରେ ଅନ୍ୟ କାରଣ ଯୋଗୁଁ ଦୁର୍ଘଟଣା ହୋଇ ଲୋକମାନଙ୍କ ଜୀବନ ଚାଲିଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ବିହାରରେ ୨୦ ଜଣ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଟ୍ରକ୍ ସହ ଧକ୍କା ଖାଇବାରୁ ଜଣେ ପିଲାର ମୃତ୍ୟୁ ଘଟିବା ସହ ଅନ୍ୟ ୨୦ ଜଣ ଆହତ ହୋଇ ଛନ୍ତି। ଔରଙ୍ଗାବାଦ ଜିଲ୍ଲାର ବରୁଣ ଥାନା ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି।

 

ଏଜୁକେସନାଲ ଟ୍ରିପରେ ନାଳନ୍ଦା ଜିଲ୍ଲାର ରାଜଗିର ଯାଇ ଥିବା ପିଲାଏ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା। ପିଲାମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇ ଥିଲା। ସାଙ୍ଘାତିକ ଆହତ ହୋଇ ଥିବା ପିଲାମାନଙ୍କୁ ଜାମୁଇସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି। ଔରଙ୍ଗାବାଦ ସବ୍-ଡିଭିଜିନାଲ୍ ଅଫିସର୍  ପ୍ରଦୀପ କୁମାର କହିଛନ୍ତି ଜଣେ ପିଲାର ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପିଲାମାନଙ୍କର ପ୍ରାଥମିକ ଉପଚାର କରା ଯାଇଛି। ସାଙ୍ଘାତିକ ଆହତ ପିଲାମାନଙ୍କୁ ଜାମୁଇ ଡାକ୍ତରଖାନାକୁ ରେଫର୍ କରା ଯାଇଛି।