ଭୁବନେଶ୍ୱର: ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ଘରୋଇ ସ୍କୁଲ ବସ୍

30

କନକ ବ୍ୟୁରୋ: ରାଜଧାନୀରେ ସ୍କୁଲ ବସ୍ ଦୁର୍ଘଟଣା । ବରମୁଣ୍ଡା ଜଗନ୍ନାଥ ମନ୍ଦିର ନିକଟରେ ଏକ ବିଦ୍ୟୁତ୍ ଖୁଂଟକୁ ଧକ୍କା ଦେଇଛି ଏକ ଘରୋଇ ସ୍କୁଲ ବସ୍ । ତେବେ ଏଥିରେ ଥିବା ୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବିଦ୍ୟୁତ୍ ଖୁଂଟରେ ଧକ୍କା ଦେବା ପରେ ରାସ୍ତା ତଳକୁ ଖସିପଡିଥିଲା ବସ୍ ।

ସୂଚନା ମୁତାବକ, ଆଜି ସକାଳେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟର ବସ ( ଓଆର ଏଭି ୭୧୦୪ ) ପିଲାମାନଙ୍କୁ ବିଦ୍ୟାଳୟକୁ ନେଇ ଯାଉଥିବା ବେଳେ ବରମୁଣ୍ଡା ଜଗନ୍ନାଥ ମନ୍ଦିର ନିକଟ ନୀଳକଣ୍ଠେଶ୍ୱର ମାର୍ଗରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା ।

ଫଳରେ ବିଦ୍ୟୁତ୍ ଖୁଂଟଟି ଭାଙ୍ଗି ଯାଇଥିବାବେଳେ ବସରେ ବସିଥିବା ୫ଜଣ ଛାତ୍ରଛାତ୍ରୀଙ୍କ ସମେତ ଜଣେ ଶିକ୍ଷକ ଏହି ବଡ଼ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି । ତେବେ ବସ୍ ଡ୍ରାଇଭରର ବେପରୁଆ ଗାଡି ଚଳାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି ।