ଓଲଟିଲା ସ୍କୁଲ ବସ, ୨୦ ପିଲା ହେଲେ ଆହତ । ସମସ୍ତ ଆହତଙ୍କୁ ମାଚାର୍ଲ ମେଡିକାଲରେ କରାଯାଇଛି ଭର୍ତ୍ତି

ଓଲଟିଲା ସ୍କୁଲ ବସ, ୨୦ ପିଲା ହେଲେ ଆହତ

166

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୫୦ ଜଣ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଗୋଟିଏ ସ୍କୁଲ୍ ବସ୍ ସୋମବାର ସକାଳେ ଓଲଟି ପଡ଼ିବାରୁ ଅନୁନ୍ୟ ୨୦ ଜଣ ପିଲା ଆହତ ହୋଇଛନ୍ତି। ଦୁର୍ଘଟଣାର ପ୍ରଭାବରେ ୨୦ ଜଣ ପିଲା ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ସାଙ୍ଘାତିକ ଆହତଙ୍କ ସଂଖ୍ୟା ୬ ବୋଲି କୁହାଯାଉଛି। ଚିକିତ୍ସା ପାଇଁ ସେମାନଙ୍କୁ ମାଚାର୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସା କରାଇବାକୁ ସେଠାରେ ସେ ସମୟରେ ଡାକ୍ତର ନ ଥିଲେ। ତେଣୁ ଅନ୍ୟ ମେଡିକାଲକୁ ପିଲାଙ୍କୁ ସ୍ଥାନାନ୍ତର କରାଯାଇଥିବା ମିଳିଛି ସୂଚନା।

ପୁଲିସ କହିବା ଅନୁସାରେ, ବସରେ ୫୨ ଜଣ ପିଲା ଓ ଜଣେ ଶିକ୍ଷକ ଥିଲେ। ଆହତ ସ୍କୁଲ୍ ପିଲାମାନେ ହେଉଛନ୍ତି ମଣ୍ଡାଡ଼ି ଓ ଉପ୍ପାଲପାଡୁ ଗ୍ରାମର। ବସରେ ସେମାନେ ଶ୍ରୀଶୈଳମ୍-ମାର୍ଚାଲା ରାଜପଥ ଦେଇ ବେଲଦୁର୍ତିସ୍ଥିତ ସ୍କୁଲ୍କୁ ଯିବା ବାଟରେ ଗୋଟାଏ ବୁଲାଣିରେ ଡ୍ରାଇଭର୍ ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ଓଲଟି ପଡ଼ିଥିଲା। ଓଲଟିବା ସମୟରେ ବସ୍ ରାସ୍ତାରେ ଥିବା ଗୋଟିଏ ଛୋଟ ପୋଲ ଅତିକ୍ରମ କରୁଥିଲା। ଫଳରେ ବସ୍ ତଳେ ଥିବା ଜଳଧାରା ମଧ୍ୟକୁ ଖସି ପଡ଼ିଲା। ପ୍ରଥମେ ସ୍ଥାନୀୟ ଲୋକମାନେ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।