କୋରାପୁଟରେ ଅଭାବନୀୟ ଘଟଣା: ଲଗାଣ ବର୍ଷାରେ ଭାଙ୍ଗିଲା ସ୍କୁଲ ବିଲଡିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

27

କନକ ବ୍ୟୁରୋ: ଲଗାଣ ବର୍ଷାରେ ଭାଙ୍ଗିଲା ସ୍କୁଲ ବିଲଡିଂ, ଅଳ୍ପକେ ବର୍ତିଗଲେ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଭାଲୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଆଜି ସକାଳ ୯ଟା ସମୟରେ ଛାତ୍ରୀଛାତ୍ରୀମାନେ ବିଦ୍ୟାଳୟକୁ ଆସିବା ବେଳେ ଖସିପଡିଲା ନୂତନ ବିଲ୍ଡିର ଛାତ ।

ପ୍ରଥମରୁ ଅଷ୍ଟମ ଯାଏଁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠ ପଢନ୍ତି । ଏହି ଅଂଚଳ ପାଇଁ ଥିବା ଏକ ମାତ୍ର ସ୍କୁଲରେ ବଡ ଅଘଟଣରୁ ଛାତ୍ର ଛାତ୍ରୀମାନେ ବଡ ଅଘଟଣରୁ ବର୍ତି ଯାଇଥିବା ଅଭିଭାବକମାନେ କହିଛନ୍ତି । ଲଗାଣ ବର୍ଷାରେ ସ୍କୁଲ ପରିସରରେ ପାଣି ଭର୍ତି ହୋଇଯାଇଛି । ବର୍ତମାନ ସେଠାରେ କୌଣସି ଅଧିକାରୀ ପହଂଚି ପାରିନାହାନ୍ତି ।

ସେପଟେ, ଲଗାଣ ବର୍ଷା କାରଣରୁ ମାଲକାନଗିରିରେ ପାଙ୍ଗାମା ନଦୀ ପୋଲ ଉପରେ ୪ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ନଦୀ ଜଳସ୍ତର ବୃଦ୍ଧି ଯୋଗୁ ପୋଲୃ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି-ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଥିଲି ଠାରେ ଘର ଭିତରେ ବନ୍ୟାପାଣି ପଶିଛି । ମାଥିଲିରେ ୯୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୨୪ଘଂଟା ମଧ୍ୟରେ ମାଥିଲିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।