ଗଣଶିକ୍ଷା ମନ୍ତ୍ରୀଙ୍କ ଅଜବ ଯୁକ୍ତି ,ଗୁରୁ ପାଳନ୍ତି କି ଗୁରୁ ଦିବସ ?

125

କନକ ବ୍ୟୁରୋ: ରାଜରାସ୍ତାରେ ଜାରି ରହିଛି ସ୍କୁଲ ଓ କଲେଜ ଶିକ୍ଷକଙ୍କ ଆନ୍ଦୋଳନ । ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ନିଷ୍ପତି ନେଉନଥିବାରୁ ଆସନ୍ତାକାଲି ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବାର ଧମକ ଦେଇଛନ୍ତି ଆନ୍ଦୋଳନରତ ଶିକ୍ଷକ । ଏପରିକି ଯଦି ସରକାର ଦାବି ପୂରଣ ନକରନ୍ତି ସେପଟେମ୍ବର ୬ରୁ ସ୍କୁଲରୁ ତାଲା ପଡିବ ବୋଲି ଚେତାବନୀ ଦେଇଛନ୍ତି ମଂଚର ଆବାହକ ଗୋଲକ ମହାନ୍ତି ଓ ପ୍ରକାଶ ମହାନ୍ତି । ଅନ୍ୟପଟେ ଗଣ ଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏ ସମ୍ପର୍କରେ କହିଛନ୍ତି, ଗୁରୁଦିବସକୁ ‘କଳାଦିବସ’ ଶିକ୍ଷକମାନେ ପାଳନ କରନ୍ତି ନାହ. ଗୁରୁଦବସକୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ପାଳନ କରନ୍ତି । ସମାଧାନ ପାଇଁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି କିନ୍ତୁ ସେମାନେ ଯାହା କରୁଛନ୍ତି ତାହା ଠିକ୍ ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଅନ୍ୟପଟେ ବିଜେପି ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଛି । ବିଜେପିର କହିବା କଥା ବିଜେଡ଼ି ଶାସନରେ ସ୍କୁଲରେ ତାଲା ପଡିଛି ଓ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ସେହିପରି କଂଗ୍ରେସ ମଧ୍ୟ କହିଛି ୬୦ ହଜାର ଶିକ୍ଷକ ରାଜରାସ୍ତାରେ ଅଛନ୍ତି । ଅନୁମାନ କରିହେବ ସରକାର କେଉଁ ଭାବରେ ଚାଲିଛି । ଆଜି ଯେଉଁଭଳି ବେକାରୀ ବଢୁଛି ତାର ସମାଧାନ କରିବାକୁ ସରକାର ଯୁବ ବାହିନୀ କରିଛନ୍ତି କିନ୍ତୁ ୧୦ ଲକ୍ଷରୁ ଅଧିକ ଯୁବକ ବେକାର ରହିଛନ୍ତି ।

Teacher Strikeତେବେ ଏସବୁ ଭିତରେ ଶିକ୍ଷକମାନେ ଆସନ୍ତାକାଲି ଗୁରୁ ଦିବସକୁ କଳା ଦିବସଭାବେ ପାଳନ କରନ୍ତି ତେବେ ଆଗାମୀ ଭବିଷ୍ୟତଙ୍କ ପାଇଁ ଏଭଳି ପ୍ରତିବାଦ କେତେ ଯଥାର୍ଥ ହେବ ତାହା ଆଗାମୀ ଭବିଷ୍ୟତ ହିଁ ବୟାନ କରିବ ।