ପ୍ରେରଣା ଛାତ୍ରବୃତ୍ତିରେ ଜାଲିଆତି ! ରାଉଲକେଲାର କାଂସବାହାଲ ଆଇଆଇପିଏମରେ ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ

27

କନକ ବ୍ୟୁରୋ : ପ୍ରେରଣା ଛାତ୍ରବୃତ୍ତିରେ ଜାଲିଆତି । ବୃତ୍ତି ଟଙ୍କା ଚଳୁ କରିଛି କଲେଜ । ରାଉଲକେଲାର କାଂସବାହାଲ ଆଇଆଇପିଏମରେ ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ । ୧୦୦ରୁ ଅଧିକ ପିଲାଙ୍କ ନାଁରେ ବ୍ୟାଙ୍କରେ ଖାତା ଖୋଲି ପାଖାପାଖି ୫୩ଲକ୍ଷ ଟଙ୍କା ଚଳୁ କରିଦେଇଛି କଲେଜ । ଏସସି,ଏସଟି ଓ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଜନାରେ କେନ୍ଦ୍ରସରକାର ଦେଉଛନ୍ତି ଆର୍ଥିକ ସହାୟତା ରାଶି । ଏଥିପାଇଁ ରହିଛି ନିର୍ଦ୍ଦିଷ୍ଟ ଗାଇଡଲାଇନ । କିନ୍ତୁ ଏହାର ଖୋଲା ଖୋଲି ଉଲଂଘନ କରିଛନ୍ତି କିଛି ଶିଷାନୁଷ୍ଠାନ । ଲକ୍ଷ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ରାଶିକୁ ହଡ଼ପ କରାଯାଇଥିବା ଅଭିଯୋଗ କରିଛି ରାଜ୍ୟ ନାଗରିକ ସମାଜ । ଅଭିଯୋଗ ହୋଇଛି, ଏହି ଯୋଜନାରେ ସ୍କଲାରସିପ୍ ମିଳୁଥିବା ଜାଣିନାହାନ୍ତି ଛାତ୍ରଛାତ୍ରୀ ।

ଲିଷ୍ଟକୁ ଦେଖିଲେ ଜଣାପଡେ ୧୨ହଜାର ଟଙ୍କା ପିଲାଙ୍କ ବ୍ୟାଙ୍କ ଆକାଉଂଟରେ ଜମା ହୋଇଛି । କିନ୍ତୁ ବଡ କଥା ହେଉଛି ବ୍ୟାଙ୍କରେ ଖୋଲା ଯାଇଥିବା ଆକାଉଂଟର ପାସବୁକ୍ ଓ ଏଟିଏମ କାର୍ଡ ରହିଛି କଲେଜ ପାଖରେ । ହେଲେ ଏ ନେଇ ସଂପୂର୍ଣ୍ଣ ଅଜ୍ଞ ରହିଛନ୍ତି ଛାତ୍ର ଛାତ୍ରୀ । କେବଳ ଏହି ଶିଷାନୁଷ୍ଠାନ ନୁହେଁ, ରାଜ୍ୟରେ ଏମିତି ଅନେକ କଲେଜରେ ଚାଲିଛି ଏଭଳି ଚଂଚକତା । ପ୍ରେରଣା ଯୋଜନାରେ ମିଳୁଥିବା ସ୍କଲାରସିପ ଟଙ୍କାକୁ ଚଳୁ କରି ଆସୁଛନ୍ତି କଲେଜ୍ କର୍ତୃପକ୍ଷ । ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ପୁଣି ଏକ ବଡ଼ ସ୍କାମ ପଦାକୁ ଆସିବ । କିପରି ପିଲାଙ୍କ ଟଙ୍କା ବାଟମାରଣା ହେଉଛି, ସେଥିରୁ ପରଦା ହଟିବ ।