ଏସସିବିରେ ଠପ୍ ହୋଇପାରେ ରୋଗୀ ସେବା : ଆଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

44

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଏସସିବିରେ ପୁଲିସ-ଡାକ୍ତର ମୁହାଁମୁହିଁ । କାର୍ ପାର୍କିଂକୁ ନେଇ ମେଡିକାଲ୍ ପରିସରରେ ତୁମୁଳକାଣ୍ଡ । ନେଫ୍ରୋଲଜି ବିଭାଗର ପ୍ରଫେସର ଓ ମଙ୍ଗଳାବାଗ ଥାନା ଅତିରିକ୍ତ ଆଇଆଇସି ଅଭିମନ୍ୟୁ ଦାସଙ୍କ ମଧ୍ୟରେ ବେଆଇନ୍ ପାର୍କିଂକୁ ନେଇ ହୋଇଛି ଯୁକ୍ତିତର୍କ ।

ପରବର୍ତୀ ସମୟରେ ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ଏପରିକି ପୋଲିସ କ୍ଷମା ନମାଗିଲେ ଆଜି ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଅତିରିକ୍ତ ଆଇଆଇସି ଥାନାରେ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ତାଙ୍କ କାରକୁ ପୋଲିସ ରାତି ପର୍ଯ୍ୟନ୍ତ ଅଟକ ରଖିଥିଲା । ତେବେ ମେଡିକାଲ୍ ଭିତରେ ଜଣେ ପ୍ରଫେସରଙ୍କୁ ପୁଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଡାକ୍ତରୀ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ ।

ମେଡିକାଲ୍ ଭିତରୁ ଡାକ୍ତରଙ୍କ ଗାଡି ଓ ରୋଗୀଙ୍କ ଆମ୍ବୁଲାନ୍ସ ବ୍ୟତୀତ ଅନ୍ୟ ସବୁ ଗାଡି ହଟାଯିବାକୁ ଦାବି କରାଯିବା ସହ ଦୁର୍ବ୍ୟବହାର ପାଇଁ ପୁଲିସ ଅଧିକାରୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –