କଟକ ଏସସିବିରେ ଜାରି ରହିଛି ଜୁନିୟର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

20

କନକ ବ୍ୟୁରୋ : କଟକ ଏସସିବିରେ ଜୁନିୟର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ୨୭ ତାରିଖରେ ଟିବି ୱାର୍ଡରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଧାରଣା ଦେଇଛି ଜୁନିୟର ଡାକ୍ତର ସଂଘ । ଏସସିବି ପିଜି ଡାକ୍ତରୀ ସଂଘ ଏନେଇ ଥାନାରେ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଜଣକୁ ଗିରଫ କରିଛି । ହେଲେ ଘଟଣାରେ ସଂପୃକ୍ତ ଅନ୍ୟ ୩ ଜଣକୁ ଗିରଫ ନ କଲା ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଏସସିବି ପିଜି ଡାକ୍ତରୀ ସଂଘ ।

ସେହିପରି କାର୍ଯ୍ୟବନ୍ଦ୍ ଆନ୍ଦୋଳନ ଯୋଗୁଁ ରୋଗୀସେବା ପ୍ରଭାବିତ ହୋଇଛି । ତେବେ ଆଜି ପିଜି ଡାକ୍ତରୀ ଛାତ୍ର ସଂଘର ୪ଜଣିଆ ପ୍ରତିନିଧିଦଳ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଆଗାମୀ ଦିନରେ ରାଜ୍ୟରେ ସବୁ ସରକାରୀ ମେଡିକାଲରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆର୍ମ ଫୋର୍ସ ନିୟୋଜିତ କରିବାକୁ ଦାବି ହୋଇଛି । ଏହାସହ ପ୍ରତି ରୋଗୀର କେବଳ ଦୁଇ ଜଣ ଆଟେଣ୍ଡାଂଟଙ୍କୁ ୱାର୍ଡ ମଧ୍ୟକୁ ଯିବା ପାଇଁ ପାସ୍ ଦେବାର ବ୍ୟବସ୍ଥା କରିବାକୁ ଦାବୀ କରିଛି ଡାକ୍ତର ସଂଘ ।

ଦେଖନ୍ତୁ ଏହି ଭିଡିଓ –