ଏସସିବିରେ ପୁଲିସ-ଡାକ୍ତର ମୁହାଁମୁହିିଁ : ପୋଲିସ ନାଁରେ ପାଲଟା ଅଭିଯୋଗ ଆଣିଲେ ଡାକ୍ତର

23

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଏସସିବିରେ ପୁଲିସ-ଡାକ୍ତର ମୁହାଁମୁହିଁ  ଘଟଣା । ପୋଲିସ ନାଁରେ ପାଲଟା ଅଭିଯୋଗ ଆଣିଲେ ଡାକ୍ତର । ମଙ୍ଗଳାବାଗ ଅତିରିକ୍ତ ଥାନାଧିକାରୀଙ୍କ ନାଁରେ ଲିଖିତ ଅଭିଯୋଗ କଲେ ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଚିତରଞ୍ଜନ କର ।

ଗତକାଲି  ଏସସିବି ମେଡିକାଲ ପରସରରେ କାର୍ ପାର୍କିଂକୁ ନେଇ ଥାନାଅଧିକାରୀ ଅଭିମନ୍ୟୁ ଦାସ ଓ ଡାକ୍ତର ଚିତରଞ୍ଜନଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ମଙ୍ଗଳାବାଗ ଥାନାରେ ଡାକ୍ତରଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ଥାନାଧିକାରୀ । ଥାନାରେ ମାମଲା ରୁଜୁ ହେବା ପରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ଏପରିକି ପୋଲିସ କ୍ଷମା ନମାଗିବା ପର୍ଯ୍ୟନ୍ତ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ।

ଅତିରିକ୍ତ ଆଇଆଇସି ଥାନାରେ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ତାଙ୍କ କାରକୁ ପୋଲିସ ରାତି ପର୍ଯ୍ୟନ୍ତ ଅଟକ ରଖିଥିଲା । ତେବେ ମେଡିକାଲ୍ ଭିତରେ ଜଣେ ପ୍ରଫେସରଙ୍କୁ ପୁଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଡାକ୍ତରୀ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ । ମେଡିକାଲ୍ ଭିତରୁ ଡାକ୍ତରଙ୍କ ଗାଡି ଓ ରୋଗୀଙ୍କ ଆମ୍ବୁଲାନ୍ସ ବ୍ୟତୀତ ଅନ୍ୟ ସବୁ ଗାଡି ହଟାଯିବାକୁ ଦାବି କରାଯିବା ସହ ଦୁର୍ବ୍ୟବହାର ପାଇଁ ପୁଲିସ ଅଧିକାରୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।