ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ପୋଲ ! ଡରରେ ମନ୍ତ୍ର ଜପି ପାର ହୁଅନ୍ତି ଲୋକ ।

145

ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯାହା ଦେଖିବାକୁ ଖୁବ୍ ଅଜବ ଲାଗିବା ସହ ଡର ମଧ୍ୟ ଲାଗେ । ଝୁଲନ୍ତା ପୋଲ କଥା ତ ଶୁଣିଥିବେ ଆମେ ଆଜି ଆପଣଙ୍କୁ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ବିଷୟରେ କହିବାକୁ ଯାଉଛୁ ଯେଉଁଠାକୁ ଗଲେ ଲୋକଙ୍କ ଜୀବନ ଚାଲିଯିବାର ଭୟ ଲାଗି ରହିଥାଏ । ତେବେ ଏହି ପୋଲ୍ ଉପରେ ଲୋକଙ୍କ ସୁରକ୍ଷାର ସବୁ ସୁବିଧା ଥିଲେ ମଧ୍ୟ ଏହାକୁ ଥରେ ଦେଖିଲା ମାତ୍ରେ ଲୋକ ସେଠାରୁ ପଛଘୁଞ୍ଚା ଦିଅନ୍ତି । ତେବେ ଏଭଳି କିଛି ବିପଦପୂର୍ଣ୍ଣ ପୋଲ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

 

ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଚୀନର ଝାଗଜିୟାଜୀ ପ୍ରାନ୍ତର କାଚରେ ତିଆରି ହୋଇଥିବା ପୋଲ । ୧୦୦ ମିଟର ଲମ୍ବା ଏହି ପୋଲର ଆଖପାଖ ପାହାଡରେ ଘେରି ହୋଇରହିଛି । ଏହି କାଚ ତଳକୁ ଦେଖିବେ ତ ୩୦୦ ମିଟର ତଳର ଘାଇ ଦେଖିବାକୁ ମିଳିବ । ତେବେ ଦୁର୍ବଳ ହୃଦୟର ଲୋକେ ଏହି କାଚ ପୋଲବାଟୁ ତଳକୁ ଦେଖିବାକୁ ଚେଷ୍ଟା କଲେ ହୃଦଘାତ ହେବାର ସମ୍ଭାବନା ବଢିଯାଏ । ଆଉ ଏକ ଗ୍ଲାସ୍ ବ୍ରିଜ୍ ଗ୍ରେଡ୍ କେନୟାନ୍ ଅଫ୍ ଝାଗଜିୟାଜୀ ନ୍ୟାସନାଲ୍ ପାର୍କରେ ଅବସ୍ଥିତ । ଏହି ପୋଲ ମଧ୍ୟ କାଚରେ ପ୍ରସ୍ତୁତ ହୋଇଛି ।

ଏଭଳି ଆଉ ଏକ ପୋଲ ରହିଛି ପାକିସ୍ଥାନରେ । ବହୁତ ଲମ୍ବା ଥିବା ଏହି ବ୍ରିଜର ବ୍ୟବହାର ଏବେ ମଧ୍ୟ ହୁଏ ଏହା ହେଉଛି ସବୁଠାରୁ ଆଚମ୍ବିତ କଲା ଭଳି କଥା । ଏହି ପୋଲ କିଛି କାଠ ଏବଂ ଦଉଡି ସାହାଯ୍ୟରେ ବହୁ ବର୍ଷ ତଳେ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହାର ଅବସ୍ଥା ଖରାପ ହୋଇ ପଡିଛି ଏବଂ ଦୁଃସାହସିକତାର ମଜା ପାଇବା ପାଇଁ କିଛି ଲୋକ ଏହି ପୋଲର ଏବେ ବି ବ୍ୟବହାର କରୁଛନ୍ତି ।

ଚୀନର ସିଦୁହେ ରିଭର୍ ବ୍ରିଜ୍ ଦୁନିଆର ସବୁଠାରୁ ଉଚ୍ଚ ପୋଲ ମଧ୍ୟରୁ ଗୋଟିଏ । ଏହା ପୃଥିବୀ ଠାରୁ ୪୬୦ ମିଟର ଦୂରତାରେ ଅବସ୍ଥିତ । ସଂଘାଇ ଏବଂ ସିଦୁହେକୁ ଯୋଡୁଥିବା ଏହି ପୋଲ ୧୩୦୦ ମିଟର ଲମ୍ବା ଅଟେ ।