ଭାରତ ହାତରୁ ବହୁ ଦୂରରେ ସ୍କାମ ମାଷ୍ଟର ନିରଭ ମୋଦି ! ନ୍ୟୁୟର୍କ ସହରରେ ଲୁଚି ରହିଥିବା ସୂଚନା

42

କନକ ବ୍ୟୁରୋ : ପଂଜାବ ନାସନାଲ ବ୍ୟାଙ୍କରେ ସବୁଠାରୁ ବଡ ଘୋଟାଲା କରି ଫେରାର ହୋଇଯାଇଥିବା ନିରଭ ମୋଦିଙ୍କୁ ନେଇ ସାରା ଦେଶରେ ଚହଳ ପଡିଛି । ୧୧ ହଜାର ୪ଶହ କୋଟି ଲୁଟ୍ କରି କିପରି ନିରଭ ମୋଦି ଖସିଗଲେ , ତାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଆମେରିକାର ନ୍ୟୁୟର୍କ ସହରରେ ଏହି ସ୍ମାମଷ୍ଟାର ଲୁଚିଥିବା ନେଇ ପ୍ରାଥମିକ ରିପୋର୍ଟ ଆସୁଥିବା ବେଳେ ତାଙ୍କର ପାସପୋର୍ଟ ରଦ୍ଦ କରିଦେଇଛନ୍ତି ଭାରତ ସରକାର ।

nirab modi୧୧ ହଜାର ୪୦୦ କୋଟି ଲୁଟ୍ କରିଥିବା ହୀରା ବ୍ୟବସାୟୀ ନିରଭ ମୋଦିଙ୍କୁ ଦେଶର ତଦନ୍ତକାରୀ ସଂସ୍ଥା ଖୋଜୁଥିବା ବେଳେ ବିଦେଶରେ ବେଶ୍ ଅୟସଆରମରେ ବୁଲୁଛନ୍ତି ଏହି ଫ୍ରଡ୍ ମାଷ୍ଟର । କିଛି ଦିନ ତଳେ ବିଶ୍ୱ ଦରବାରରେ ଭାରତୀୟ କର୍ପୋରେଟ୍ ଜଗତର ସଫଳ ଯୁବ ଉଦ୍ୟୋଗୀ ଭାବେ ଗଣା ଯାଉଥିଲେ ନିରଭ ମୋଦି । ହଲିଉଡର ବଛା ବଛା ମଡେଲଙ୍କ ସହ ରେଡ୍ କାର୍ପେଟରେ ଚାଲୁଥିଲେ ଏହି ଭାରତୀୟ ବ୍ୟବସାୟୀ । ହେଲେ ସବୁଠୁ ବଡ଼ ବ୍ୟାଙ୍କିଙ୍ଗ୍ ସ୍କାମର ପର୍ଦ୍ଦାଫାସ ପରେ ନିରଭଙ୍କ ପାସପୋର୍ଟକୁ ଆଜି ସସପେଣ୍ଡ କରିଛି ବିଦେଶ ମନ୍ତ୍ରାଳୟ । ତାଙ୍କ ସହ ଅନ୍ୟତମ ଅଭିଯୁକ୍ତ ଗୀତାଂଜଳି ଜୁଏଲର୍ସର ମାଲିକ ମେହଲ ଚୋକସୀଙ୍କ ପାସପୋର୍ଟ ମଧ୍ୟ ସସପେଣ୍ଡ କରାଯାଇଛି ।

ସିବିଆଇର ଆବେଦନ ପରେ ଏପରି ପଦକ୍ଷେପ ନେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ସେମାନଙ୍କ ପାସପୋର୍ଟ ୪ ସପ୍ତାହ ପାଇଁ ରଦ୍ଦ କରାଯାଇଛି । ଯଦି ଏହି ସମୟରେ ବ୍ୟକ୍ତିଗତ ଭାବେ ହାଜର ନହେବେ, ତେବେ କଡ଼ା ପଦକ୍ଷେପ ନେବା ପାଇଁ ଚେତାବନୀ ଦେଇଛନ୍ତି ସରକାର । ଫୋର୍ବସ ମ୍ୟାଗାଜିନ୍ ଧନୀ ତାଲିକାରେ ଥିବା ୧୨ ହଜାର କୋଟି ଟଙ୍କାର ମାଲିକ ଏହି ହୀରା ବ୍ୟବସାୟୀଙ୍କୁ ଫେବ୍ରୁୟାରୀ ୪ ତାରିଖରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରି ଖୋଜୁଛି ସିବିଆଇ ।

Modiପଂଜାବ ନ୍ୟାସନାଲ ବ୍ୟାଙ୍କର ଜାଲ୍ ଗ୍ୟାରେଂଟି ପତ୍ର ଜରିଆରେ ପ୍ରାୟ ୧୧ ହଜାର ୪୦୦ କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ରହିଛି ନିରଭ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ । ବ୍ୟାଙ୍କ୍ ଆଖିରେ ଆଙ୍ଗୁଠି ଗେଂଜି ୭ ବର୍ଷ ଧରି ଚଳାଇଥିଲେ ଏହି ଧୋକାଦାରୀ କାରବାର । ଏହି ଘଟଣା ସମାନାକୁ ଆସିବା ପରେ ପିଏନବି ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ନିରବ ମୋଦି, ତାଙ୍କ ପତ୍ନୀ ଆମି, ଭାଇ ନିଶାଲ୍ ଓ ପ୍ରମୁଖ ସହଯୋଗୀ ମେହୁଲ ଚୋକସୀ ଜାନୁଆରି ପ୍ରଥମ ସପ୍ତାହରେ ଦେଶ ଛାଡିଥିବା ସୂଚନା ମିଳିଛି । ଅଧିକାଂଶ ସମୟ ଆମେରିକାରେ ରହୁଥିବା ନିରଭ ମୋଦିଙ୍କ ପାଖରେ ବେଲଜିଅମର ପାସପୋର୍ଟ ଥିବା ଅନୁମାନ କରୁଛି ସିବିଆଇ । ସେପଟେ ନରେନ୍ଦ୍ର ମୋଦିଙ୍କ ଡାଭୋସ ଗସ୍ତ ବେଳେ ନିରଭ ମୋଦି ଉପସ୍ଥିତ ଥିବା ନେଇ କଂଗ୍ରେସର ଅଭିଯୋଗ ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି ।

ଏହି ବ୍ୟାଙ୍କ୍ ଘୋଟାଲା ନେଇ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଆରମ୍ଭ ହୋଇଛି ତନାଘନା । ବ୍ୟାଙ୍କର ଇଂଟରନାଲ ଓ ଏକ୍ସଟରନାଲ୍ ଅଡିଟ୍ ବେଳେ କିପରି ଏହା ଜଣାପଡିନଥିଲା, ଖୋଳତାଡ କରୁଛି ଆରବିଆଇ । ସେହିପରି ପିଏନବି ଲେଟର ଅଫ୍ ଅଣ୍ଡରଟେକିଂ ଜରିଆରେ ଯେଉଁ ଭାରତୀୟ ବ୍ୟାଙ୍କ୍, ବିଦେଶରେ କୋଟି କୋଟି ନିରଭଙ୍କ କଂପାନୀଙ୍କୁ ଦେଉଥିଲେ, ସେମାନେ କିପରି ଏତେ ଦିନ ଧରି ସ୍କାମ୍ ବିଷୟରେ ଜାଣି ପାରିଲେ ନାହିଁ, ତାହା ମଧ୍ୟ ତଦନ୍ତ ପରିସରକୁ ଆସିଛି ।