କେନ୍ଦ୍ର ଉପରେ ଭାରି ପଡିଲା ରାଜ୍ୟ ! ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

29

କନକ ବ୍ୟୁରୋ : ଶେଷରେ ଓଡିଶା କଥା ରହିଲା । ମହାନଦୀ ଜଳ ବିବାଦ ନେଇ ଓଡିଶା ସରକାରଙ୍କ ଟ୍ରିବ୍ୟୁନାଲ ଗଠନ ଦାବି ସପକ୍ଷରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟ ଆଜି ଶୁଣାଣି କରିଛନ୍ତି । ଏହି ମାମଲର ଶୁଣାଣି ବେଳେ କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ । ଆସନ୍ତା ନଭେମ୍ବର ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ କରାଯିବ ବୋଲି କୋର୍ଟକୁ ଜଣାଇଛନ୍ତି ସରକାର ।

ପୂର୍ବରୁ ମହାନଦୀ ଜଳ ବିବାଦ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟ ଯାଇଥିଲେ । ଏ ନେଇ କେନ୍ଦ୍ରକୁ ପକ୍ଷ ରଖିବାକୁ କହିଥିଲେ ସୁପ୍ରିମକୋର୍ଟ । କେନ୍ଦ୍ର ନିଜର ପକ୍ଷ ରଖିବା ପରେ ଆଜି କୋର୍ଟ ଓଡିଶା ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଫଳରେ ଗତ କିଛି ଦିନ ଧରି ମହାନଦୀ ଜଳକୁ ନେଇ ଲାଗି ରହିଥିବା ବିବାଦରେ ଅବସାନ ଘଟିଛି । ସୁପ୍ରିମକୋର୍ଟର ରାୟ ଆସିବା ପରେ ଏହି ପ୍ରସଙ୍ଗରେ ବିଜେଡି କେନ୍ଦ୍ରକୁ ସମାଲୋଚନା କରିଛି । ଦଳ କହିଛି ଓଡିଶାର ସ୍ୱାର୍ଥ ପାଇଁ ବିଜେଡି କେନ୍ଦ୍ର ପାଖରେ ନ୍ୟାୟ ମାଗିଥିବା ବେଳେ ମିଳିଲା ନାହିଁ । ତେଣୁ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ସରକାର ବାଧ୍ୟ ହୋଇ ଟ୍ରିବ୍ୟୁନାଲ ଗଠନ କରିବେ ବୋଲି ବିଜେଡି କହିଛି ।