ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ତଲବ୍ ! ୧୨ ଫେବୃଆରୀ ସୁଦ୍ଧା କୋର୍ଟରେ ହାଜର୍ ହେବାକୁ ନିର୍ଦ୍ଦେଶ  ।

94

କନକ ବ୍ୟୁରୋ : ସିବିଆଇ ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ତଲବ୍ । ବିହାର ସେଲ୍ଟର୍ ହୋମ୍ ମାମଲାର ଯାଂଚ କରୁଥିବା ଅଧିକାରୀଙ୍କ ବଦଳିକୁ ନେଇ ସୁପ୍ରିମକୋର୍ଟ ସିବିଆଇକୁ କଡ଼ା ଭର୍ତ୍ସନା କରିଛନ୍ତି  । ମାମଲାର ଯାଂଚ ଚାଲିଥିବା ବେଳେ କିଭଳି ତକ୍ରାଳୀନ ସଂଯୁକ୍ତ ନିର୍ଦ୍ଦେଶକ ଏକେ ଶର୍ମାଙ୍କ ବଦଳି କରାଗଲା ତାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ୍  ।

ଏହାସହ ୧୨ ଫେବୃଆରୀ ସୁଦ୍ଧା କୋର୍ଟରେ ହାଜର୍ ହେବାକୁ ତତ୍କାଳୀନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ସେହିପରି ମାମଲାର ଯାଂଚ ଚାଲିଥିବା ବେଳେ ଶର୍ମାଙ୍କ ବଦଳି କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି  । ଏଥିପାଇଁ ନାଗେଶ୍ୱର ରାଓଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିିସ୍ ଜାରି କରାଯାଇଛି  । ସିବିଆଇକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ନାଗେଶ୍ୱର ରାଓଙ୍କ ଅଡୁଆ ବଢ଼ିଛି  ।