ଆମରଣ ଅନଶନରେ ଅନୁସୂଚିତ ଜାତି ଓ ଜନଜାତି ବିଧାୟକ : ୩୮ ପ୍ରତିଶତ ସଂରକ୍ଷଣ ଦାବି

9

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଆମରଣ ଅନଶନରେ ଅନୁସୂଚିତ ଜାତି ଓ ଜନଜାତି ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସାମ୍ନାରେ କଂଗ୍ରେସ ଓ ବିଜେପି ଅନୁସୂଚିତ ଜାତି ଓ ଜନଜାତି ବିଧାୟକମାନେ ଆମରଣ ଅନଶନରେ ବସିଛନ୍ତି । ଓଆରଭି ଆକ୍ଟ ଅନୁସାରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଗତ ୩ ତାରିଖରେ କଂଗ୍ରେସ ଓ ବିଜେପି ଅନୁସୂଚିତ ଜାତି ଓ ଜନଜାତି ବିଧାୟକମାନେ ବିଧାନସଭା ବାହାରେ ଧାରଣା ଦେଇଥିଲେ । ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ଏସସିଏସଟି ଛାତ୍ରଛାତ୍ରୀଙ୍କ ପାଇଁ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ସେମାନେ ଧାରଣାରେ ବସିଥିଲେ । ତେବେ ଏହି ଦାବି ପୂରଣ ଦିଗରେ ଆଲୋଚନା ପାଇଁ ବାଚସ୍ପତି ୭ ଦିନ ମହଲତ ଦେଇଥିଲେ । ତେବେ ୭ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ପ୍ରକାର ଆଲୋଚନା ହୋଇନଥିବାରୁ ଆମରଣ ଅନଶନକୁ ଓହ୍ଲାଇଛନ୍ତି ବିଧାୟକମାନେ ।