ଚାଷୀ ଓ ଶ୍ରମିକ ସଂଗଠନକୁ ଆଶ୍ୱସ୍ତି : ଜନନ୍ତରମନ୍ତରରେ ଏଣିକି ପୁଣି ଆରମ୍ଭ ହେବ ଆନ୍ଦୋଳନ

31

କନକ ବ୍ୟୁରୋ : ଦିଲ୍ଲୀ ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଧାରଣା ଉପରେ ରୋକ୍ ଲଗାଇପାରିବେନି ସରକାର । ଜନ୍ତରମନ୍ତରରେ ହେଉଥିବା ପ୍ରଦର୍ଶନ ଓ ଆନ୍ଦୋଳନ ଉପରେ ରୋକ ଲଗାଯଇପାରିବନି । ଏହା ଉପରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରି କୋର୍ଟ କଟକଣା ହଟାଇବା ସହ କହିଛନ୍ତି କି ଏଠାରେ ସମ୍ପୂର୍ଣ୍ଣ ଭାବେ ଆନ୍ଦୋଳନ କଟକଣା ଲଗାଯିବନାହିଁ । ଏଥିସହ ଏନେଇ ଦିଲ୍ଲୀ ପୁଲିସକୁ ନୂଆ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Supreme-Court_ବିଭିନ୍ନ ଚାଷୀ ଓ ଶ୍ରମିକ ସଂଗଠନର ଆବେଦନ ଉପରେ ଆଜି ଶୁଣାଣୀ କରିଛନ୍ତି କୋର୍ଟ । ୨୦୧୭ ଅକ୍ଟୋବର ୧୦ରୁ ଜନ୍ତରମନ୍ତରରେ ପ୍ରଦର୍ଶନ,ଧାରଣା ଉପରେ ରୋକ ଲଗାଇଥିଲା ଏନଜିଟି । ଜନ୍ତରମନ୍ତରରେ ଧାରଣା ଓ ସଭାର ଆୟୋଜନ ବନ୍ଦ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା ଏନଜିଟି । ଜନ୍ତରମନ୍ତର ବଦଳରେ ରାମଲୀଲା ମୈଦାନରେ ଧାରଣା କରିବାକୁ କହିଥିଲା ଏନଜିଟି । ଏହାକୁ ନେଇ ଆବେଦନକାରୀ ଏନଜିଟିର ନିର୍ଦ୍ଦେଶକଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ ।

ସେପଟେ ଦିଲ୍ଲୀରେ ଭୁଷୁଡିଲା କୋଠା । ନୋଏଡା ପରେ ଦିଲ୍ଲୀ ହର୍ଷବିହାର ଅଂଚଳରେ ଏକ ବିଲଡିଙ୍ଗର ଛାଡ ଭୁଷୁଡିପଡିଛି । ଏଥିରେ ୨ଜଣ ପ୍ରାଣ ହରାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ଜଣ ଶିଶୁ ରହିଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।ତେବେ ମୃତକ ଦୁଇଜଣ ବାପା ମାଆ ହୋଇଥିବାବେଳେ ୩ଜଣ ଶିଶୁ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଅଘଟଣ ଘଟିଛି । ଖବମର ପାଇ ଘଟଣଶସ୍ଥଳରେ ଫାୟାର ବ୍ରିିଗ୍ରେଡ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।