ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟ ପରେ ତେଜୁଛି ରାଜନୀତି ! ପରସ୍ପରକୁ ଦୋଷ ଦେଉଛନ୍ତି ବିଜେପି ଓ କଂଗ୍ରେସ

30

କନକ ବ୍ୟୁରୋ : ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସଂପର୍କିତ ରାୟ ପରେ ତେଜୁଛି ରାଜନୀତି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାଇଁ ମେଳି ବାନ୍ଧୁଛନ୍ତି ବିରୋଧୀ । କଂଗ୍ରେସ ଦଳର ନେତୃତ୍ୱରେ ଏକାଧିକ ସମଭାବପନ୍ନ ଦଳକୁ ନେଇ ଆଜି ଏକ ବୈଠକ ବସୁଛି । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଏନଡ଼ିଏ ବିରୋଧୀ ଦଳକୁ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଏନଡ଼ିପି, ଆରଜେଡି ଏବଂ ବାମଦଳ ଗୁଡ଼ିକୁ ନିମନ୍ତ୍ରଣ ଦିଆଯାଇଛି । ମଳିଥିବା ସୂଚନା ଅନୁସାରେ ମହାଅଭିଯୋଗ ପ୍ରସ୍ତାବ ନେଇ ୬୭ ଜଣ ରାଜ୍ୟସଭା ସଦସ୍ୟଙ୍କ ହସ୍ତାକ୍ଷର ନିଆଯାଇଛି ।

ଏହା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପ୍ରଦାନ କରାଯିବ । ମହାଅଭିଯୋଗ ପ୍ରସ୍ତାବ ପାଇଁ ଅତି କମରେ ୫୦ଜଣ ସାଂସଦଙ୍କ ହସ୍ତାକ୍ଷରର ଅବଶ୍ୟକତା ରହିଥିବା ବେଳେ କଂଗ୍ରେସ ଦଳ ସାଂସଦଙ୍କୁ ଏକାଠି କରିବାରେ ସଫଳ ହୋଇଛି । ଗତ ଜାନୁୟାରୀ ମାସରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିବା ପରେ ଦେଶର ସର୍ବୋଚ୍ଚ ନ୍ୟାୟଳରେ କାର୍ଯ୍ୟଶୈଳୀ ଓ ପ୍ରଶାସନିକ ଅନିୟମିତତା ନେଇ ଆଭିଯୋଗ ଆଣିଥିଲେ । ଏହି ଘଟଣା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଭୂମିକା ନେଇ ଏକ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।