ମୁମ୍ବାଇରେ ପୁଣି ଥରେ ଖୋଲିବ ଡାନ୍ସବାର ! ସର୍ତ୍ତମୂଳକ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ, ହେଲେ ଟଙ୍କା ଉଡ଼ାଇପାରିବେ ନାହିଁ ଗ୍ରାହକ 

71

କନକ ବ୍ୟୁରୋ : ମାୟାନଗରୀ ତଥା ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ପୁଣି ଖୋଲିବ ଡାନ୍ସ ବାର୍ । ଡାନ୍ସ ବାର୍ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ । ଆଜି ମୁମ୍ବାଇରେ ନୂଆ ସୁରକ୍ଷା ଓ ନିୟମ ସହ ଡାନ୍ସ ବାର ଆଉ ଥରେ ଖୋଲିପାରିବେ ବୋଲି ଅନମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ବାର ଗର୍ଲମାନଙ୍କୁ ଟିପ୍ ଦେଇପାରିବେ ହେଲେ ଡାନ୍ସ ବାରରେ ପୂର୍ବପରି ଟଙ୍କା ଉଡ଼େଇପାରିବେ ନାହିଁ ଗ୍ରାହକ । ଏହାବ୍ୟତୀତ ଡାନ୍ସବାରରରେ ସିସିଟିଭିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।ଏହା ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଙ୍ଘନ କରୁଥିବା ସୁପ୍ରିମକୋର୍ଟ କହିଛନ୍ତି ।

ଏହା ପୂର୍ବରୁ ଗତ ବର୍ଷ ୩୦ ଅଗଷ୍ଟରେ ସମସ୍ତ ପକ୍ଷରୁ ଦଲିଲ୍ ଶୁଣିବା ପରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ । ମାମଲାର ଶୁଣାଣି ସମୟରେ ମହାରାଷ୍ଟ୍ର ସରକାର କହିଥିଲେ, ନୂଆ ନିୟମ ସାମ୍ବିଧାନିକ ଆଧାର  ଅନ୍ତର୍ଭୁକ୍ତ । ଡାନ୍ସବାର ଯୋଗୁଁ ବେଆଇନ ଗତିବିଧି ବଢ଼ିବା ସହ ମିହଳାମାନେ ଯୌନଶୋଷଣର ଶିକାର ମଧ୍ୟ କମ୍ କରିଥାଏ ।ରାଜ୍ୟ ସରକାର କହିଥିଲେ ଜୀବନ ଜୀବିକା ଚଳାଇବାର ଅଧିକାର ସମସ୍ତଙ୍କ ରହିଛି ହେଲେ ରାଜ୍ୟ ସରକାରଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି । ରାଜ୍ୟ ସରକାରଙ୍କ କଡ଼ା ନିୟମ ଯୋଗୁଁ ଗୋଟିଏ ବି ଡାନ୍ସ ବାର ଖୋଲିପାରୁନଥିଲା ।

ସୂଚନାଯୋଗ୍ୟ ବାର ମାଲିକମାନଙ୍କୁ କୌଣସି ବି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ଠାରୁ ଏକ କିଲୋମିଟର ଦୂରରେ ଡାନ୍ସ ବାର ଖୋଲିବା ପାଇଁ ଆଦେଶ ଦିଆଯାଇଥିଲା । ଆଉ ସେଥିପାଇଁ ବାର ମାଲିକ ମାନେ ଆପତ୍ତି କରିଥିଲେ । ଆଉ ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ସୋମନେ ଦାବି କରିଥିଲେ ବଡ଼ ସହରରେ ଏପରି ନିୟମର ପାଳନ କରିବା ସମ୍ଭବପର ହେବନାହିଁ । ଆଉ ସେବେଠାରୁ ମାମଲା ଚାଲିଥିଲା ।