ଜାତୀୟ ରାଜପଥରୁ ହଟିବ ମଦ ଦୋକାନ ! ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

41

କନକ ବ୍ୟୁରୋ : ନେସନ୍ୟାଲ ହାଇୱେରୁ ହଟିବ ମଦ ଦୋକାନ । ସର୍ବୋଚ୍ଚ ନ୍ୟାୟାଳୟରେ ନିର୍ଦ୍ଦେଶ କ୍ରମେ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ଏନେଇ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଏନଏଚରୁ ୫ଶହ ମିଟର ପରିଧି ଭିତରେ ମଦ ଦୋକାନ ନଉଠେ ତାହା ହେଲେ ସେହି ମଦ ଦୋକାନ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।

ବର୍ତମାନ ସୁଦ୍ଧା ୨୧ ଜିଲ୍ଲାରେ ମଦ ଦୋକାନ ଉଠିବା ପ୍ରକ୍ରିୟା ଆରମ୍ଭ ହେଲାଣି । ପରବର୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ମଦ ଦୋକାନ ଉଠିବା ପ୍ରକ୍ରିୟା ଆରମ୍ଭ ହେବ । ବର୍ତମାନ ସୁଦ୍ଧା ୧ହଜାର ୭୧୨ଟି ମଦ ଦୋକାନ ଏନଏଚର ୫ଶହ ମିଟର ପରିଧି ଭିତରେ ଅଛନ୍ତି । ରାଜ୍ୟରେ ମୋଟ ୪ ହଜାର ୨୪୭ଟି ମଦ ଦୋକାନ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-