ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ବଡ ପରିବର୍ତନ ! ରାଜଭବନରେ ପହଚିଂଲେ ରାଜ୍ୟପାଳ, କିଛି ସମୟ ପରେ ଆରମ୍ଭ ହୋଇପାରେ ବିଧିବଦ୍ଧ ପ୍ରକ୍ରିୟା

33

କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ ଧରଣର ପରିବର୍ତନ ହେବାକୁ ଯାଉଛି । ଏଥିପାଇଁ ରାଜଭବନକୁ ପ୍ରସ୍ତୁତ ରଖିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳ ଏସ.ସି.ଜମିର ନାଗାଲାଣ୍ଡରୁ ଫେରି ଭୁବନେଶ୍ୱରରେ ପହଚିଂଛନ୍ତି । ଆଜି ୭ଜଣ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ।

ନିଜ ନିଜ ଅଂଚଳରେ ଥିବା ମନ୍ତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ଭୁବନେଶ୍ୱର ଡାକରା ହୋଇଛି । ମନ୍ତ୍ରୀମାନେ ନିଜ ନିଜ ଅଚଂଳରୁ ଭୁବନେଶ୍ୱର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ସୂଚନା ଦେଇଛନ୍ତି । ତେବେ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିଲ୍ଲୀ ଯିବା ପୁର୍ବରୁ ଏହିି ପ୍ରକ୍ରିୟା ସାରି ଦେବା ନେଇ ଚର୍ଚ୍ଚା ହେଉଛି ।