ବନ୍ଧା ହେବେ ଆୟାର ? କୋଣାର୍କ ମନ୍ଦିର ସମ୍ପର୍କରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ । ଜାମିନ୍ ଆବେଦନକୁ ନାମଞ୍ଜୁର କଲେ ସୁପ୍ରିମକୋର୍ଟ ।

46

କନକ ବ୍ୟୁରୋ: ଅଭିଜିତ୍ ଆୟାର ମିତ୍ରଙ୍କ ପାଇଁ ବଢ଼ିଲା ଅଡୁଆ । ଓଡିଶାର କଳା ସଂସ୍କୃତିକୁ ନେଇ ଅପାତ୍ତିଜନକ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି । ଅଭିଜିତ୍ ଆୟାର ଜାମିନ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥଲେ ଯାହାକୁ ରଦ୍ଦ କରିଦେଇଛନ୍ତ ମାନ୍ୟବର ସୁପ୍ରିମକୋର୍ଟ । ଜାମିନ୍ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି । ଧର୍ମୀୟ ଭାବନାକୁ ଉସୁକାଉଥିବା କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗେଇ  ।  ତେବେ ଅଭିଜିତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଅଭିଜିତଙ୍କ ଓକିଲ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ମଧ୍ୟ ଜେଲ୍ ତାଙ୍କ ପାଇଁ ସୁରକ୍ଷିତ ଜାଗା ବୋଲି କହିଛନ୍ତି ପ୍ରଧାନ ବିଚାରପତି  ।

ତେବେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଯାହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଅଭିଜିତକୁ ଆୟାର ଭର୍ତ୍ସନା କରିଛନ୍ତି । ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଦର୍ଶାଇ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଅଭିଜିତଙ୍କ ବେଲ୍ ନାମଞ୍ଜୁର କରିଛନ୍ତି । କେବଳ କୋଣାର୍କ ମନ୍ଦିର ନୁହେଁ ବଂର ବିଧାୟକମାନଙ୍କ ଉପରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଥିଲେ ଅଭିଜିତ ଆୟାର । ଯାହାକୁ ନେଇ ବିଧାନସଭାରେ ତାତି ଉଠିଥିଲା । ଏନେଇ ବିଧାନସଭା ଗୃହ କମିଟି ଗଠନ କରିଥିଲେ ।

କିଭଳି ଜଣେ ଅଣ ଓଡ଼ିଆ ହୋଇ କୋଣାର୍କ ମନ୍ଦିର ଏବଂ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ ଦେଖିବାକୁ ମିଳିଥିଲା । ଏବେ ତାଙ୍କ ଜାମିନ୍ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।