ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ! କଟକରେ କେଉଁଠି ଭଙ୍ଗାଯିବ ମଠ ଓ ମନ୍ଦିର, ନିଷ୍ପତି ନେବେ ରାଜ୍ୟ ସରକାର

60

କନକ ବ୍ୟୁରୋ : କଟକରେ କେଉଁ ବେଆଇନ ମଠ ମନ୍ଦିର ଭଙ୍ଗାଯିବ, ସେ ନେଇ ନିଷ୍ପତି ନେବ ରାଜ୍ୟ ସରକାରଙ୍କ କମିଟି । ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲାର ଶୁଣାଣି କରି ସରକାରଙ୍କ କମିଟି ଉପରେ ନିଷ୍ପତି ଛାଡିଛନ୍ତି ସୁପ୍ରିମକୋର୍ଟ । ଭଙ୍ଗାହେବାକୁ ଥିବା ଏବଂ ଅଧା ଭଙ୍ଗା ହୋଇଥିବା ଧର୍ମାନୁଷ୍ଠାନ ସଂପର୍କରେ ରାଜ୍ୟ ସରକାରଙ୍କ କମିଟି ଗୋଟି ଗୋଟି ତର୍ଜମା କରି ଏ ବାବଦରେ ନିଷ୍ପତି ନେବ । ୩ ମାସ ମଧ୍ୟରେ ଏ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ ।

templeସରକାରୀ ଜାଗା ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ସ୍ଥାନଗୁଡିକରୁ ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୩ ମସିହାରେ କଟକରେ ଉଚ୍ଛେଦ ଅଭିଯାନ କରାଯାଇ ଗୁଣ୍ଡିଚା ମନ୍ଦିର ସମେତ ୩୬ରୁ ଅଧିକ ବେଆଇନ ନିର୍ମାଣକୁ ଭଙ୍ଗାଯାଇଥିଲା । ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ କିଛି ଧର୍ମାନୁଷ୍ଠାନ । ୨୦୧୩ରେ ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ଉଚ୍ଛେଦ ଉପରେ ରହିତାଦେଶ ଜାରି କରିବା ସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ । ଆଜି ଏହାର ଶୁଣାଣି କରି ରାଜ୍ୟ ସରକାରଙ୍କ କମିଟି ଉପରେ ନିଷ୍ପତି ଛାଡିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।