ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ମଦଦୋକାନ କଟକଣା ପ୍ରସଙ୍ଗ ! ଗତ ଡିସେମ୍ବର ୧୫ର ନିର୍ଦ୍ଦେଶକୁ ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

39

କନକ ବ୍ୟୁରୋ: ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ମଦଦୋକାନ କଟକଣା ସମ୍ପର୍କରେ ସ୍ପଷ୍ଟିକରଣ ରଖିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଜେ ଏସ ଖେହର କହିଛନ୍ତି ରାଜପଥ କଡ଼ରେ ପାଂଚ ଶହ ମିଟର ଭିତରେ ମଦ ଦୋକାନ ନରହିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସତ କିନ୍ତୁ ଏହେନଇ ନିୟମ ପୌରାଂଚଳ ଗୁଡିକରେ ଲାଗୁ ହେବନାହିଁ ।

ଅର୍ଥାତ ସହଂରାଚଳ ଭିତରେ ଥିବା ରାସ୍ତା ଗୁଡିକର ୫ଶହ ମିଟର ଭିତରେ ମଦ ଦୋକାନ ରହିବାରେ କୌଣସି କଟକଣା ନାହିଁ । ଗତ ଡିସେମ୍ବର ୧୫ତାରିଖରେ ରାଜପଥ କଡ଼ରୁ ମଦ ଦୋକାନ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ରାଜ୍ୟ ସରକାର ଏ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଥିଲେ ।

ତେବେ କିଛି ରାଜ୍ୟରେ ୭୫ପ୍ରତିଶତ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ହୋଇଯାଇଥିଲା । ଏ ସମ୍ପର୍କରେ ଥିବା ଦ୍ୱନ୍ଦ୍ୱ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦୂର କରାଯିବା ପରେ ବିଭିନ୍ନ ସହାରଂଚଳରେ ପୁଣି ଥରେ ମଦ ଦୋକାନ ଖୋଲିବା ସମ୍ଭାବନା ରହିଛି ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣକୁ ନେଇ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟ ସରକାର ସବୁ ବେଳେ ଆଇନର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି । ନୂଆ ଆଇନର ନିଷ୍ପତିକୁ କାର୍ଯ୍ୟକାରୀ କରିବେ । ନିୟାଳୟର ନିଷ୍ପତ୍ତି କୋହଳ ପରେ ବିସ୍ଥାପିତ ମଦ ଦୋକାନୀଙ୍କୁ ସରକାର ପୁର୍ନବାର ଥଇଥାନରେ ସହାୟତା କରିବେ, ସେମାନଙ୍କୁ ସୁବିଧା ସୁଯୋଗ ମିଳିବ । ସୁପ୍ରିମକୋର୍ଟରେ ପୂର୍ବ ନିଷ୍ପତ୍ତି ସମୟରେ ରାଜ୍ୟ ସରକାର ନିଜ ପାଇଁ ବିକଳ୍ପ ଚିନ୍ତା କରିଥିଲେ । ଏବେ ପୁନର୍ବାର ନିୟମ ବଦଳିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ।