ଆନ୍ଦୋଳନରୁ ହଟିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଜିଦରେ ଅଟଳ ଆଇନଜୀବୀ : ହାଇକୋର୍ଟରେ ଝୁଲିଲା ତାଲା

28

କନକ ବ୍ୟୁରୋ : ହାଇକୋର୍ଟରେ ଝୁଲିଲା ତାଲା । ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ । କୋର୍ଟ ଭିତରକୁ ଆନ୍ଦୋଳନରତ ଓକିଲମାନେ ବିଚାରପତିଙ୍କୁ ଛାଡିନାହାଁନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଓକିଲଙ୍କ ପକ୍ଷ ନଶୁଣି କୋର୍ଟ ନିର୍ଦ୍ଦେଶ ଦେଇଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି । କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ ମାରିବା ପ୍ରତିବାଦରେ ଆନ୍ଦୋଳନ ଚଳାଇଛନ୍ତି ବାର ଆସୋସିଏସନ୍ । ଗତକାଲି ଆଇନଜୀବୀଙ୍କୁ ଆନ୍ଦୋଳନରୁ ଓହରି କାମରେ ଯୋଗଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।