ଆଇଆଇଟି-ଜେଇଇ କାଉନସେଲିଂ ପ୍ରକ୍ରିୟା ଉପରୁ ରହିତାଦେଶ ହଟାଇଲେ ସୁପ୍ରିମକୋର୍ଟ !

26

ଆଇଆଇଟି–ଜେଇଇ (ଆଡ଼ଭାନସ) କାଉନସେଲିଂ ଓ ନାମଲେଖା ପ୍ରକ୍ରିୟା ଉପରେ ଲାଗିଥିବା ରହିତାଦେଶ ହଟିଯାଇଛି । ସୁପ୍ରିମକୋର୍ଟ ରହିତାଦେଶ ଉଠାଇ ଦେଇଛନ୍ତି । ଏବେ ଛାତ୍ରଛାତ୍ରୀମାନେ ଆଇଆଇଟି, ଏନଆଇଟି ଓ ଇଂଜିନିୟରିଂ କଲେଜରେ ନାମ ଲେଖାଇ ପାରିବେ । ଆସନ୍ତା ଅକ୍ଟୋବର ୧୦ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ରହିଛି ।

ପରୀକ୍ଷାରେ ଭୁଲ ପ୍ରଶ୍ନର ଉତ୍ତର ପାଇଁ ବୋନସ ନମ୍ବର ଦିଆଯିବାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ରହିତାଦେଶ ଜାରି କରିଥିଲେ । ମାମଲାର ଶୁଣାଣି ନ ହେବା ଯାଏ କାଉନସେଲିଂ ପ୍ରକ୍ରିୟା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସଂପୃକ୍ତ କୌଣସି କେସ୍‌ ଉପରେ ଶୁଣାଣି ନ କରିବାକୁ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।