ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ, ଆଧାର ଉପରେ ପ୍ରଶ୍ନ କରିବା ସମ୍ବିଧାନ ବିରୋଧୀ ! ରାୟ ଶୁଣାଇଲେ ସୁପ୍ରିମକୋର୍ଟ

68

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଆଧାରର ବୈଧତା ଓ ଅନିବାର୍ଯ୍ୟତା ନେଇ ନିଜର ନିଷ୍ପତ୍ତି ଶୁଣାଇଛିନ୍ତି । ଆଧାରର ସାମ୍ବିଧାନିକ ବୈଧତା ଓ ଏହାକୁ ଲାଗୁ କରିଥିବା ବର୍ଷ ୨୦୧୬ର ନିୟମକୁ ଚ୍ୟାଲେଞ୍ଜ କରୁଥିବା ଦଲିଲ ଉପରେ ସାଢ଼େ ୪ ମାସ ପରେ ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ । ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଲୋକଙ୍କ ପାଇଁ ଜରୁରୀ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ସିକ୍ରି ଏ ମାମଲା ନେଇ ନିଷ୍ପତ୍ତି ପଢ଼ିଛନ୍ତି । ଜଷ୍ଟିସ ସିକ୍ରି, ପ୍ରଧାନବିଚାରପତି ଦୀପକ ମିଶ୍ର ଓ ଜଷ୍ଟିସ ଖାନୱିଲକରଙ୍କ ପକ୍ଷରୁ ଏହି ନିଷ୍ପତି ପଢ଼ିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏନିଷ୍ପତ୍ତି ବେଶ୍ ଗୁରୁତ୍ୱପୁର୍ଣ୍ଣ । କାରଣ ଏବେ ଦେଶର ପ୍ରାୟ ୧.୨୧ ଆରବ ଲୋକ ଆଧାର ସହ ଯୋଡ଼ି ହୋଇସାରିଛନ୍ତି । ବ୍ୟାଙ୍କ ଖାତା,ସବସିଡ଼ି ଠାରୁ ଆରମ୍ଭ କରି ଅନେକ ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ଦରକାରୀ ହୋଇଛି । ଅନେକ କେନ୍ଦ୍ରୀୟ ଯୋଜନା ସହ ଆଧାରକୁ ଯୋଡ଼ା ଯାଇଛି । ଏହାଦ୍ୱାରା ଗରିବଙ୍କ ପର୍ଯ୍ୟନ୍ତ ଯୋଜନା ଗୁଡ଼ିକର ଲାଭ ସିଧାସଳଖ ପହଞ୍ଚି ପାରୁଛି । ଆଧାର କାର୍ଡ଼ ଗରିବଙ୍କ ସାମର୍ଥ୍ୟର ଜରିଆ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଆଧାରର ନକଲ କରିବାର ସମ୍ଭାବନା ନାହିଁ । ଶିକ୍ଷା ଆମକୁ ଆଙ୍ଗୁଳି ଛାପରୁ ହସ୍ତାକ୍ଷର ଆଡ଼କୁ ନେଇଯାଇଥିଲା । କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ପୁଣି ଆଙ୍ଗୁଳି ଛାପକୁ ନେଇ ଯାଇଛି । ଆଧାର ପ୍ରସ୍ତୁତ ସମୟରେ ଯେଉଁ ତଥ୍ୟ ନିଆ ଯାଉଛି ତାହା ବହୁତ କମ୍ । କିନ୍ତୁ ଏଥିରୁ ମିଳୁଥିବା ଫାଇଦା ବହୁତ ଅଧିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଆଧାର ଉପରେ ପ୍ରଶ୍ନ କରିବା ସମ୍ବିଧାନ ବିରୋଧୀ ବୋଲି କହିଲେ ସୁପ୍ରିମକୋର୍ଟ । ତେବେ ମୋବାଇଲ ଓ ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ଜରୁରୀ ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ । ଆୟକର ରିଟର୍ଣ୍ଣ ପାଇଁ ଆଧାରକୁ ବାଧ୍ୟତାମୂଳକ । ସ୍କୁଲରେ ନାମଲେଖା ପାଇଁ ଆଧାର ଜରୁରୀ ନୁହେଁ । ସିବିଏସଇ ଓ ୟୁଜିସରେ ଆଧାର ଅନିବାର୍ଯ୍ୟ ନୁହେଁ । ଘରୋଇ କମ୍ପାନୀଗୁଡ଼ିକ ମଧ୍ୟ ଆଧାର ମାଗିପାରିବେ ନାହିଁ ବୋଲି ସୁପ୍ରମକୋର୍ଟ ଶୁଣାଣି କରିଛନ୍ତି । ଏଥିପାଇଁ ଆଧାର ଆଇନ୍‍ର ଧାରା ୫୭କୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରଦ୍ଦ କରିଛନ୍ତି । ଆଧାର ତଥ୍ୟକୁ ଅଧିକ ସୁରକ୍ଷିତ ରଖିବା ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ।